31.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗପୁଲିସ - ଅପରାଧୀ ମୁହାଁ ମୁହିଁ

ପୁଲିସ – ଅପରାଧୀ ମୁହାଁ ମୁହିଁ

ବାଲେଶ୍ୱର : ପୁଲିସ – ଅପରାଧୀ ମୁହାଁ ମୁହିଁ । ଜଣେ ଅପରାଧୀକୁ ଧରିବାକୁ ଯାଇ ନାକେଦମ୍ ହୋଇଛି ପୁଲିସ । ଅଭିଯୁକ୍ତ ଜଣଙ୍କ ପୁଲିସ ଫୋର୍ସକୁ ଘରେ ଭିତରେ ପୁରାଇ ଦଉନି । ଘରେ ଭିତରେ ରହି ମଦ ବୋତଲ, ଢ଼େଲା ଓ ବୋମା ଫିଙ୍ଗୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ଶ୍ୟାମରାଇପୁର ଗାଁ’ରେ । ଅଭିଯୁକ୍ତ ନାଁ’ ଈଶ୍ୱର ମହାଳିକା ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଈଶ୍ୱର ମହାଳିକା ନାଁ’ରେ ଅପରାଧିକ ମାମଲ ଥିଲା । ଗତ ଦୁଇଦିନ ତଳେ ହୋଇଥିବା ଲୁଟ୍ ଘଟଣାରେ ତାଙ୍କୁ ଗିରଫ କରିବାକୁ ଆଜି ଭୋରୁ ରେମୁଣା ଓ ସହଦେବଖୁଣ୍ଟା ପୁଲିସ ମିଳିତ ଭାବେ ଜାଲ ବିଛାଇଥିଲେ । ଘର ଭିତରେ ପୁଲିସ ପସିବାକୁ ଉଦ୍ୟମ କରିଥିଲା । ହେଲେ ଈଶ୍ୱର ପୁଲିସ ଟିମ୍ ଉପରକୁ ପାଲଟା ଆକ୍ରମଣ କରିଥିଲା । ପ୍ରଥମେ ସେ ସେମାନଙ୍କ ଉପରକୁ ମଦ ବୋତଲ ଫିଙ୍ଗି ଥିଲା । ଏହା ପରେ ଢ଼େଲାମାଡ଼ କରିଥିଲା । ୩ଟି ବୋମା ମଧ୍ୟ ଫିଙ୍ଗିଥିଲା । ତେବେ ସେଥିରୁ ଗୋଟିଏ ଫୁଟିଥିଲାବେଳେ ଆଉ ଦୁଇଟି ଫୁଟି ନଥିଲା । ଏଥିରେ କୌଣସି ପୁଲିସ କର୍ମଚାରୀ ଆହତ ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବର୍ତ୍ତମାନ ବି ପୁଲିସ ଫୋର୍ସ ଜଗି ରହିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking