28.1 C
Bhubaneswar
Thursday, March 28, 2024
Homeଅପରାଧପାର୍କରୁ ଉଠାଇ ନେଇ କାର ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ପାର୍କରୁ ଉଠାଇ ନେଇ କାର ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲଜ୍ଜା ଜନକ ଘଟଣା । ପାର୍କରୁ ଉଠାଇ ନେଇ କାର ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ଚଳନ୍ତାକାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ବେଙ୍ଗାଲୁରୁର କୋରମାଙ୍ଗାଲା ଥାନା ଅଞ୍ଚଳରେ ଗତ ୨୫ ତାରିଖ ଦିନ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଗିରଫ ୪ ଅଭିଯୁକ୍ତ ହେଉଛନ୍ତି ସତୀଶ, ବିଜୟ, ଶ୍ରୀଧର ଏବଂ କିରନ । ମାର୍ଚ୍ଚ ୨୫ ତାରିଖ ରାତି ୧୦ଟା ସମୟରେ କୋରାମଙ୍ଗାଲାର ନ୍ୟାସନାଲ ଗେମ୍ସ ପାର୍କରେ ଯୁବତୀ ଏବଂ ତାଙ୍କ ସାଙ୍ଗ ବସିଥିଲେ । ଏହା ସମୟରେ ଚାରି ଅଭିଯୁକ୍ତ ଯୁବତୀଙ୍କ ନିକତଟକୁ ଆସି ତାଙ୍କୁ ଧମକ ଦେଇଥିଲେ । ଭୟରେ ସେଠାରୁ ତାଙ୍କ ସାଙ୍ଗ ଦୌଡି ପଳାଇବା ପରେ ଅଭିଯୁକ୍‌କ୍ଷ ମାନେ ଯୁବତୀଙ୍କୁ କାର ମଧ୍ୟକୁ ଟେକିନେଇଥିଲେ । ଏହାପରେ ଚଳନ୍ତା କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଡୋମାଲୁର, ଇନ୍ଦିରା ନଗର, ଅନେକାଲ, ନାଇସ ରୋଡ ସମେତ ଅନେକ ସ୍ଥାନରେ ଚଳନ୍ତା କାରରେ ଏପରି କାଣ୍ଡ ଘଟାଇଥିଲେ ଅଭିଯୁକ୍ତ ।

ଏହାପରେ ଭୋର୍ ୪ଟା ବେଳେ ପୀଡିତାଙ୍କୁ ତାଙ୍କ ଘର ସମ୍ମୁଖରେ ଫୋପାଡି ଦେଇ ଚାଲିଯାଇଥିଲେ । ଏହାପରେ ପୀଡିତା ଜଣଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ହସ୍ପିଚାଲରେ ଭର୍ତ୍ତି କରିଥିଲେ । ଘଟଣାର ଗୋଟିଏ ଦିନ ପରେ ପୀଡିତା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଆଜି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗତ ମାର୍ଚ୍ଚ ମାସରେ କର୍ଣ୍ଣାଟକର ଏକ ସରକାରୀ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । କାଲାବୁରାଗିରେ ଥିବା ସରକାରୀ ମେଡିକାଲ ସାଇନ୍ସ ସଂସ୍ଥାନରେ ଏପରି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚିତ୍ର ପଦାରେ ପଡିଥିଲା । ମହିଳା ୱାର୍ଡରେ ପଶି ଜଣେ ଚିକିତ୍ସାଧୀନ ମହିଳାଙ୍କ ସହ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ହେଲେ ନିକଟରେ ଥିବା ଲୋକେ ଅଭିଯୁକ୍ତକୁ କାବୁ କରି ନିସ୍ତୁକ ମାଡ ମାରିବା ସହ ସ୍ଥାନୀୟ ପୋଲିସ ଜିମାରେ ଦେଇଥିଲେ । ଏହା ଦେଖିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ନିକଟସ୍ଥ ଥାନାକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରିଥିଲା । ଆଇଟି ସହରରେ ମହିଳା ସୁରକ୍ଷିତ ନଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking