28.1 C
Bhubaneswar
Thursday, March 28, 2024
Homeଓଡିଶାବାହାର ଗାଡିକୁ କଳିଙ୍ଗା ମନା,ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା

ବାହାର ଗାଡିକୁ କଳିଙ୍ଗା ମନା,ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା

ଭୁବନେଶ୍ୱର :କଳିଙ୍ଗା ଘାଟିରେ ଦୁର୍ଘଟଣା ପରେ ପ୍ରଶାସନର ପଦ କ୍ଷେପ । ବାହାର ରାଜ୍ୟର ଗାଡିକୁ କଳିଙ୍ଗା ଘାଟି ଦେଇ ଯିବା ମନା । ଦଶପଲା-ଲାଲସିଙ୍ଗା-ଭଞ୍ଜନଗର ଦେଇ ଯିବେ ବାହାର ଗାଡି । ବାହାର ଗାଡି ଚାଳକ ଙ୍କ କଳିଙ୍ଗା ଘାଟି ନେଇ ଅନୁଭୂତି ନ ଥିବାରୁ ବାରଣ କରାଯାଇଛି । ବାହାର ଗାଡି ଯେପରି କଳିଙ୍ଗା ଦେଇ ନ ଯାଏ ତଦାରଖ କରିବ ପୁଲିସ । ନିଷ୍ପତ୍ତି ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ସୂଚନା ।ସୂଚନା ଥାଉକି, ପଶ୍ଚିମବଙ୍ଗର ହାୱାଡା ଉଦନପୁର ଥାନା ଅଂଚଳରୁ ୭୭ ଜଣ ଯାତ୍ରୀ ଜଣଙ୍କୁ ନେଇ ଏକ ବସ୍ ପିକନିକ ପାଇଁ ଦାରିଙ୍ଗବାଡି ଆସିଥିଲା l ରାତିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିରୁ ୭୭ ଜଣ ଯାତ୍ରୀଙ୍କୁ ନେଇ ଫେରୁଥିଲା ଏହି ବସ୍‌ । ପିକନିକ ସାରି ସମସ୍ତେ ଦାରିଙ୍ଗବାଡିରୁ କଳିଙ୍ଗାଘାଟି ଦେଇ ଫେରୁଥିବା ବେଳେ ଘାଟି ତଳ ଅଂଚଳର ଦୁର୍ଗାପ୍ରସାଦ ଠାରେ ବସଟିର ବ୍ରେକ ପାଇପ ଫାଟିଯିବା ହେତୁ ଭାରସାମ୍ୟ ହରାଇ ବସଟି ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ଯାଇଥିଲା l ଯାହାଫଳରେ ଏହି ଦୁଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ନେବା ବେଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking