36.4 C
Bhubaneswar
Wednesday, May 25, 2022
Homeଦେଶ ବିଦେଶଦୁର୍ଘଟଣାରେ ଯୁବକ ମୃତ : କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

ଦୁର୍ଘଟଣାରେ ଯୁବକ ମୃତ : କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

ଚମ୍ପେଶ୍ୱର: ବଡ଼ମ୍ବା ବ୍ଲକ୍ ରତାପାଟ ହାଡୁଆ ନିକଟରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଉତ୍ତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଥିବା ଜଣାପଡ଼ିଛି । ବାଲିଝରୀ ଗ୍ରାମପଞ୍ଚାୟତ ଶ୍ୟାମସୁନ୍ଦରପୁରର ନାରାୟଣ ଦଳେଇଙ୍କ ମଧ୍ୟମ ପୁତ୍ର ସିଲୁ ଦଳେଇ(୨୪) ଏକ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏଥିରେ ଅନ୍ୟ ଦୁଇଜଣ ମଧ୍ୟ ଗୁରୁତର ହୋଇଥିଲେ । ଆଜି ସିଲୁଙ୍କ ଶବକୁ ରଖି କ୍ଷତିପୂରଣ ଦାବିରେ ବାଲିଛରୀଠାରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ ।

ନରସିଂହପୁର ତହସିଲଦାରଙ୍କ କହିବା ମୁତାବକ ରେଡ୍‌କ୍ରସ୍ ତରଫରୁ ତାଙ୍କ ପରିବାର କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ଅଧିକ କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ପରିବାର ସହ ଗ୍ରାମବାସୀ ମିଶି ରାସ୍ତାରୋକ କରିଥିଲେ । ଦିନତମାମ ରାସ୍ତାରୋକ ପରେ କୌଣସି ସୁଫଳ ମିଳିନଥିଲା । ଶେଷରେ ଆଠଗଡ଼ ଆରକ୍ଷୀ ଅଧିକାରୀ ଫୋନ୍ ମାଧ୍ୟମରେ ଡ୍ରାଇଭରକୁ ୫ଦିନ ମଧ୍ୟରେ ଗିରଫ କରାଯିବାକୁ ପ୍ରତିଶ୍ରୁତି ଦେବା ସହ ବୀମା ମାଧ୍ୟମରେ କିଛି ସହାୟତା  ପ୍ରଦାନ ପାଇଁ କହିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking