ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

କେନ୍ଦୁଝର : ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ନିକଟରେ ଘଟିଛି ଦୁର୍ଘଟଣା । ଏକ ବାଇକ ଉପରେ ବାର ଚକିଆ ଟ୍ରକ ଚଢିଯିବାରୁ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସଦର ବ୍ଲକ କଣ୍ଡରାପଶି ପଂଚାୟତର ଝରାପଶି ଗ୍ରାମର ହଳଧର ମହାନ୍ତ ବୋଲି ଜଣାପଡିଛି। ପ୍ରକାଶ ଯେ ହଳଧର କେନ୍ଦୁଝରରୁ ଫେରୁ ଥିବାବେଳେ ପଛପଟୁ ଏକ ଆଇରନ ବୋଝେଇ ଟ୍ରକ ମାଡ଼ି ଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରୁ ମୃତକଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here