40.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ଦେବଗଡ : ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲବୋଝେଇ ଟ୍ରକ ଧିକ୍କାରେ ଜଣେ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ଯୁ ଘଟିଛି। ସୂଚନା ଅନୁଯାୟୀ,  ଆଜି ରାତ୍ର ପ୍ରାୟ ୮ଟା ସମୟରେ ଆଦ୍ଯପୁର ଗ୍ରାମର ସୁଧିର କୁମାର ପ୍ରଧାନ (୨୫) ଏକ ବାଇକ ଯୋଗେ ବାରକୋଟ ପଟୁ ନିଜ ଘରକୁ ଫେରୁଥିବା ବେଳେ ସମ୍ମୁଖ ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ( ଓଆର ୦୯ କେ ୧୮୧୮) କଲା ସ୍ଥିତ ଶ୍ରୀୟା ପେଟ୍ରୋଲ ପମ୍ପ ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥରେ ତାଙ୍କୁ ଧକ୍କା ଦେବାସହ କିଛି ଦୁର ପର୍ଯ୍ୟନ୍ତ ଘୋଷାଡି ଆଣିଥିଲା। ଫଳରେ ଘଟଣାସ୍ଥଳରେ ସୁଧିରଙ୍କର ମୃତ୍ଯୁ ଘଟିଥିଲା। ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସମେତ ଦୁର୍ଘଟଣାଗ୍ରସ୍ତ ଗାଡି ଦ୍ବୟକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking