34.1 C
Bhubaneswar
Friday, March 29, 2024
Homeଓଡିଶାବସ ଧକ୍କାରେ ଯୁବକ ମୃତ : ଜାତୀୟ ରାଜପଥରେ ତୀବ୍ର ଉତ୍ତେଜନା, ଜାଳିଦେଲେ ବସ

ବସ ଧକ୍କାରେ ଯୁବକ ମୃତ : ଜାତୀୟ ରାଜପଥରେ ତୀବ୍ର ଉତ୍ତେଜନା, ଜାଳିଦେଲେ ବସ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ନିକଟସ୍ଥ ୫ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଛି । ଏହା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ବସକୁ ନିଆଁ ଲଗାଇ ଜାଳି ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳୁ କୋଲକାତାରୁ ପାରାଦୀପ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଲୋକନାଥ ଏକ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଆରୋହୀ ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆଗଡ଼ା ଗାଁର ବାବୁଲି ନାୟକଙ୍କର ପୁଅ ବିକାଶ ନାୟକ (୨୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଜାତୀୟ ରାଜପଥ କଡ଼ରେ ସେ ପାନଦୋକାନ କରିଥିଲେ । ସେ ନିଜ ସ୍କୁଟିରେ ସଉଦା କିଣିବାକୁ ଯାଉଥିବା ବେଳେ ରଙ୍ଗ ରୁଟରେ ବସ ଆସି ମୁହାଁମୁହିଁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ ।

ବିକାଶଙ୍କର ମୃତ୍ୟୁ ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ବସକୁ ଅଟକାଇଥିଲେ । ସେମାନେ ବସକୁ ଭଙ୍ଗାରୁଜା କରିବା ସହିତ ଏଥିରେ ନିଆଁ ଲଗାଇ ଦେଇଥିଲେ । ଘଟଣାରସ୍ଥଳରେ ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାରର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking