ରାସ୍ତାପାର ହେଉଥିବା ବେଳେ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଚେମେଣା ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଯାଜପୁର ଜିଲ୍ଲା ର ପ୍ରଦୀପ କୁମାର ଦାଶ ହୋଇଥିବା ଜଣା ପଡ଼ିଥିବା ବେଳେ ସେ ମୟୁରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକର କନିଷ୍ଠ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ରାସ୍ତାକଡ଼ରେ ନିଜ ସ୍କୁଟି କୁ ରଖି ଅନ୍ୟ ପଟକୁ ଯିବା ପାଇଁ ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ଥାନା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି।

LEAVE A REPLY

Please enter your comment!
Please enter your name here