26.1 C
Bhubaneswar
Tuesday, May 30, 2023
Homeଓଡିଶାମେଡିକାଲ ଯାଉଥିଲେ , ଟ୍ରକ ଧକ୍କାରେ ଚାଲିଗଲା ଜୀବନ

ମେଡିକାଲ ଯାଉଥିଲେ , ଟ୍ରକ ଧକ୍କାରେ ଚାଲିଗଲା ଜୀବନ

ବଲାଙ୍ଗୀର ୨୫।୦୭: ମେଡିକାଲ ଯାଉଥିବା ବେଳେ ମାଡ଼ିଗଲା ଟ୍ରକ। ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବ ବେଳେ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗୀର ଟାଉନ୍ ଥାନା କଚେରି ଛକ ନିକଟରେ ଦୁର୍ଘଟଣା  ଘଟିଛି। ବୃଦ୍ଧ ଦମ୍ପତ୍ତି ଉପରେ ମାଡିଯାଇଛି ଦ୍ରୁତଗାମୀ ଟ୍ରକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ,  ଆସିଥିଲେ ମେଡିକାଲକୁ , କିନ୍ତୁ କିଏ ଜଣିଥିଲା ଅଧାବାଟରେ ଚାଲିଯିବ ଜୀବନ । ବଲାଙ୍ଗୀର କଚେରି ଛକ ନିକଟରେ ବୃଦ୍ଧ ଦମ୍ପତ୍ତି ଉପରେ ମାଡିଯାଇଛି ଦ୍ରୁତଗାମୀ ଟ୍ରକ । ଦୁର୍ଘଟଣାରେ  ସ୍ୱାମୀ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ଚନ୍ଦନଭାଟି ଗାଁର ରଜନୀ ସାହୁ। ତେବେ ଘଟଣା ପରେ ଟ୍ରକ ଫେରାର ମାରୁଥିବା ବେଳେ କାବୁ କରଛନ୍ତି ପୋଲିସ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସେହିପରି ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking