ଅଜଣା ଗାଡି ଧକ୍କାରେ ବ୍ୟବସାୟୀ ମୃତ

ମୟୁରଭଞ୍ଜ: ଅଜଣା ଟ୍ରକ ଧକ୍କାରେ ଯୁବ ବ୍ୟବସାୟୀଙ୍କ ଘଟଣାସ୍ଥଳରେ ମୃତ୍ୟୁ । ଗତକାଲି ରାତ୍ରୀ ସମୟରେ ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ବେତନଟୀ ଅଞ୍ଚଳର ସନ୍ତୋଷ ଅଗରଓ୍ବାଲ ବୋଲି ଜଣାପଡିଛି ।
ସୂଚନା ମୁତାବକ , ସେ ଏକ ହିରୋ ଡୁଏଟ୍ ଗାଡିରେ ବାଲେଶ୍ବରରୁ ନିଜ ଘର ବେତନଟୀକୁ ଆସୁଥିବା ବେଳେ ବୈଶିଙ୍ଗା ଥାନା ଅନ୍ତର୍ଗତ ଛୁରୁଣୀ ହନୁମାନ ମନ୍ଦିର ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଖସି ପଳାଇବାରେ ସକ୍ଷମ ହୋଇଛି । ରାସ୍ତାରେ ଯାଉଥିବା ଲୋକେ ଉଦ୍ଧାର କରି ତୁରନ୍ତ ବେତନଟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଲେ ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
https://onakhabar.com/2020/02/27/accident-66/