31.1 C
Bhubaneswar
Saturday, April 20, 2024
Homeଓଡିଶାସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଏସଏଫ ଯବାନ

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଏସଏଫ ଯବାନ

ମାଲକାନଗିରି : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ସଡକ ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଏଭଳି ଏକ ସଡକ ଦୁର୍ଘଟଣା କୋରୁକୋଣ୍ଡା ଅଞ୍ଚଳରେ ହୋଇଥିବା ଜଣାପଡିଛି । ତେବେ ଏହି ସଡକ ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ବିଏସଏଫ ଯବାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯବାନଙ୍କ ନାମ ରଣେନ୍ଦ୍ର ଦାସ ବୋଲି ଜଣାପଡିଛି । ସେ ଛୁଟିରେ ନିଜ ଘରକୁ ଆସିଥିଲେ । କୌଣସି କାମରେ ପଡୋଶୀ ରାଜ୍ୟ ଛତିଶଗଡ଼ର ସୁକମାକୁ ଯାଇଥିବାବେଳେ ଦୁର୍ଘଟଣା ହୋଇଥିଲା । ତେବେ ମୃତ ବ୍ୟକ୍ତି ଜଣଙ୍କର ଘର ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ ଭି ୨୩ ଗ୍ରାମର ବୋଲି ଜଣାପଡିଛି । ସେ ପ୍ରଥମେ ସିଆଚୀନରେ କାର୍ଯ୍ୟରତ ଥିଲେ ଏବଂ ପରେ ତାଙ୍କୁ ପଞ୍ଜାବକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେ କିଛି କାମରେ ସୁକମାକୁ ଯାଇଥିବା ବେଳେ ଗତକାଲି ମଧ୍ୟାହ୍ନ ସମୟରେ ସେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ପରିବାର ବର୍ଗ ଏହା ଦୁର୍ଘଟଣା ହୋଇଥିବା ସ୍ୱୀକାର କରୁନଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ଦାବି କରିଛନ୍ତି । ଏଭଳି ଘଟଣା ବର୍ତ୍ତମାନ ସେହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking