ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୧ ମୃତ

ରାଜସ୍ଥାନ: ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରାଜସ୍ଥାନର ଯୋଧପୁର ସ୍ଥିତ ଶେରଗଡ଼ ଦେଇ ଯାଇଥିବା ବାଲୋତ୍ରା-ଫାଲୋଦି ଜାତୀୟ ରାଜପଥରେ ଶନିବାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ରହିଥିବା ବେଳେ ୪ ଜଣ ପୁରୁଷ ଏବଂ ଜଣେ ଛୋଟ ଛୁଆ ରହିଛନ୍ତି । ଅନ୍ୟ ୩ ଜଣ ଆହତ ହୋଇ ଯୋଧପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଦୁର୍ଘଟଣା ପରେ ଶେରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ କ୍ରେନ୍ ସାହାଯ୍ୟରେ ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହାକୁ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
https://onakhabar.com/2020/03/14/deadbody-found-16/