29.1 C
Bhubaneswar
Thursday, April 25, 2024
Homeଓଡିଶାଜଳିଗଲା ଟ୍ରକ ଓ ବାଇକ

ଜଳିଗଲା ଟ୍ରକ ଓ ବାଇକ

ଯାଜପୁର: ଦୁର୍ଘଟଣା ପରେ ଜଳିଗଲା ଟ୍ରକ ଓ ବାଇକ । ଫଳରେ ବାଇକରେ ଯାଉଥିବା ଦମ୍ପତି ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ୧୬ନଂ ଜାତୀୟ ରାଜପଥ ସରୋଇ ଛକ ନିକଟରେ । ଗୁରୁତର ଦମ୍ପତି ହେଲେ ଭଦ୍ରକ ବନ୍ତ ଅଞ୍ଜଳର ତାପସ ତରେଇ ଓ ଶୁଭଲକ୍ଷ୍ମୀ ନାୟକ । ଉଭୟ ଆଜି ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଫେରୁଥିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡଚଣା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗାଡିରେ ଲାଗିଥିବା ନିଆଁକୁ ଲିଭାଇଥିଲେ । ତେବେ ସେତେବେଳକୁ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଟ୍ରକର ସମ୍ମୁଖ ଭାଗ ଜଳି ଯାଇଥିଲା । କିଛି ସମୟ ପାଇଁ ଜାତୀୟ ରାଜପଥରେ ଗାଡି ଚଳାଚଳରେ ବାଧା ଉପୁଜିଥିଲା । ଖବରପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଚଳାଚଳକୁ ସ୍ୱଭାବ କରିବା ସହ ତଦନ୍ତ କରୁଥିବା ଜଣାପଡିଛି ।
https://onakhabar.com/2020/03/05/elephant-attack-one-dead-8/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking