26.1 C
Bhubaneswar
Friday, March 29, 2024
Homeଓଡିଶାଟ୍ରକ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ

ଟ୍ରକ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ

ଦଶପଲ୍ଲା: ଦିନକୁ ଦିନ ସଡକ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ତେବେ ଏଭଳି ଏକ ସଡକ ଦୁର୍ଘଟଣା ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିକଟସ୍ଥ ସୁବଳୟା ଛକରେ ଟ୍ରକ୍ ଧକ୍କାରେ ଜଣେ ୬ ବର୍ଷ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଟ୍ରକ ଚାଳକର ନାମ ସାର୍ଦିକ୍ ଶେଖ୍ । ତା’ର ଘର ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ଶୁଭମ୍ ବିଶ୍ବାଳ ନାମକ ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ର ସକାଳ ୬ଟା ସମୟରେ ସୁବଳୟା ଛକରେ ଜଳଖିଆ ଦୋକାନରୁ ଜଳଖିଆ ଆଣିବାକୁ ଯାଇଥିଲେ । ସେ ଜଳଖିଆ ନେଇ ରାସ୍ତା ପାର ହେଉଥିବା ସମୟରେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶୁଭମଙ୍କର ମୃତ୍ୟୁ ହୋଇଥିଲା । ଧକ୍କା ଦେଇ ଟ୍ରକ୍ ଚାଳକ ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରି ନିସ୍ତୁକ ମାଡ଼ ମାରି ପୁଲିସରେ ଜିମା ଦେଇଥିଲେ ।
https://onakhabar.com/2020/01/30/nirbhaya/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking