34.1 C
Bhubaneswar
Friday, March 29, 2024
Homeଓଡିଶା୩ଜଣ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ

୩ଜଣ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ

ଜଗତସିଂହପୁର: ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଗତସିଂହପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଜଗତସିଂହପୁର ବଡ଼ବଜାର ନିକଟ ଦେଇ ଯାଇଥିବା ରାସ୍ତାରେ ଆଜି ଅପରାହ୍ନରେ ୩ ଜଣ ଛାତ୍ରୀଙ୍କ ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରେ ଏକ ୧୦ଚକିଆ ଗାଡ଼ି ଚଢି ଯାଇଥିଲା ।
ସୂଚନା ଅନୁସାରେ, ଆଜି ଅପରାହ୍ନରେ ତିନିଜଣ ଛାତ୍ରୀ ସ୍କୁଟି ଧରି ବଡ଼ବଜାର ନିକଟ ରାସ୍ତାରେ କୌଣସି କାମରେ ଛିଡ଼ା ହୋଇଥିଲେ । ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ସେମାନଙ୍କ ପଛପଟରୁ ଏକ ୧୦ଚକିଆ ଟ୍ରକ୍ ଆସି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ତିନିଜଣ ଛାତ୍ରୀ ମଧ୍ୟରୁ ଭୁବନେଶ୍ୱରର ଶୁଭଲକ୍ଷ୍ମୀ ଦତ୍ତ ଓ ନାଉଗାଁର ଲିଜାରାଣୀ ରାଉତ ରାସ୍ତାକୁ ଛିଟିକି ପଡି ଗୁରୁତର ଆହତ ହୋଇଥିବା ବେଳେ ନାଉଗାଁର ମଧୁସ୍ମିତା ପରିଜାଙ୍କ ଅଣ୍ଟା ଏବଂ ଗୋଡ଼ରେ ଟ୍ରକଟି ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକେ ତିନିଜଣଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଜଗତସିଂହପୁର ଡାକ୍ତରଖାନାରେ ମଧୁସ୍ମିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକ ଗାଡ଼ି ଓ ଚାଳକ ମନୋଜ ମଲ୍ଲିକକୁ କାବୁ କରିବା ସହିତ ଜଗତସିଂହପୁର ଥାନାରେ ଜିମା ଦେଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜଗତସିଂହପୁର ପୁଲିସ ୧୦ଚକିଆ ଟ୍ରକକୁ ଜବତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking