34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୫ଜଣଙ୍କ ଜୀବନ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୫ଜଣଙ୍କ ଜୀବନ

ମୁମ୍ବାଇ: ବାନ୍ଦ୍ରା-ଓ୍ବାର୍ଲି ସି ଲିଙ୍କରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଆମ୍ବୁଲାନ୍ସ ଓ ଅନ୍ୟ କିଛି ଗାଡି ପାର୍କିଂ ହୋଇଥିବା ବେଳେ ଏକ ଦୃତଗାମୀ କାର ଏକାଧିକ କାର ସମେତ ଆମ୍ବୁଲାନ୍ସକୁ ମଧ୍ୟ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏହି ଅଘଟଣ ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ଦୁର୍ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ମଧ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ପୋଲକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଆମ୍ବୁଲାନ୍ସ ସହିତ ଅନ୍ୟ କିଛି କାର ପାର୍କିଂ ହୋଇଥିଲା ବେଳେ ଏକ ଦୃତଗାମୀ କାର ଆସି ଧକ୍କା ଦେଇଥିଲା । ଏକାଧିକ କାରକୁ ଧକ୍କା ଦେବା ପରେ ଆମ୍ବୁଲାନ୍ସକୁ ମଧ୍ୟ ଧକ୍କା ଦେଇ ସେଠାରେ କାରଟି ଅଟକିଯାଇଥିଲା । ତେବେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରିଚୟ କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ରେକର୍ଡ ହୋଇଥିବା ଦୃଶ୍ୟରୁ ଏହା ଅନୁମାନ କରାଯାଉଛି ଯେ, ମାତ୍ରାଧିକ ସ୍ପିଡ କାରଣରୁ କାରଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଛି । ଖବର ପାଇ ପୋଲିସ ଓ ରେସ୍କ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର ଅପରେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking