28.1 C
Bhubaneswar
Sunday, May 26, 2024
Homeଦେଶ ବିଦେଶବସ୍ ଧକ୍କାରେ ଆଖିବୁଜିଲେ ଗୋଟିଏ ପରିବାରର ୫ ଜଣ

ବସ୍ ଧକ୍କାରେ ଆଖିବୁଜିଲେ ଗୋଟିଏ ପରିବାରର ୫ ଜଣ

ଚେନ୍ନାଇ: ବିବାହ ବାର୍ଷିକୀ ପାଳନ ପାଇଁ ଘରକୁ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୫ ଜୀବନ । ତାମିଲନାଡୁର ତିରୁପୁରରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସରକାରୀ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଆଖି ବୁଜିଛନ୍ତି । କାର ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ତାମିଲନାଡୁ ରାଜ୍ୟର ତିରୁପୁର ଅଞ୍ଚଳର ଚନ୍ଦ୍ରଶେଖର ଓ ଚିତ୍ରା ନିଜର ୬୦ତମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ପରିବାର ସହ ତିରୁପୁର ଆସୁଥିଲେ । ଆଜି ଭୋର ସମୟରେ ଭେଲ୍ଲାକୋଭିଲ ଦେଇ ତିରୁପୁର ଯାଉଥିବା ସମୟରେ ତାମିଲନାଡୁର ଏକ ସରକାରୀ ବସ ଓଲାପଲାୟମର ତ୍ରିଚୀଠାରେ ଚନ୍ଦ୍ରଶେଖରଙ୍କ କାରଙ୍କ ସହ ମୁହାମୁହିଁ ଧକ୍କା ହୋଇଥିଲା ।

ଏହି ଦୁର୍ଘଟଣାରେ କାର ମଧ୍ୟରେ ଥିବା ଚନ୍ଦ୍ରଶେଖର, ଚିତ୍ରା, ପ୍ରିନ୍ସ, ଅରିଭିତ୍ର ଓ ଜଣେ ୩ ମାସର ଶିଶୁ ସାକ୍ଷୀର ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାର ଚାଳକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଏହି ଦୁର୍ଘଟଣା ଯୋଗୁଁ ପାଖାପାଖି ୨ ଘଣ୍ଟା ଧରି କୋଏମ୍ବାଟୁର ଓ ତ୍ରୀଚି ଜାତୀୟ ରାଜପଥରେ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା । ଲୋକମାନଙ୍କ ଭିଡ ଜମା ହୋଇଯାଇଥିଲା । ଭେଲ୍ଲାକୋଏଲ ପୋଲିସ ଏନେଇ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ ଓ କାରକୁ ହଟାଇ ରାସ୍ତା ଜାମ ହଟାଇଥିଲା । ଦୁର୍ଘଟଣାର କାରଣ ଏବେସୁଦ୍ଧା ଜଣାପଡିନଥିବା ବେଳେ ପୋଲିସ ଗାଡିକୁ ଜବତ କରି ତଦନ୍ତ କାର୍ଯ୍ୟ ଜାରି ରଖିଛି । ବିବାହ ବାର୍ଷିକୀ ଭଳି ଏକ ଖୁସିର ଦିନରେ ପୁରା ପରିବାର ଆଖି ବୁଜିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking