37.1 C
Bhubaneswar
Thursday, March 28, 2024
Homeଓଡିଶାମହାନଦୀ ସେତୁ ଉପରେ ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା : ୫ ମୃତ ଓ ୫ ଗୁରୁତର

ମହାନଦୀ ସେତୁ ଉପରେ ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା : ୫ ମୃତ ଓ ୫ ଗୁରୁତର

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବାପ ଓ ଝିଅ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି।ଶୁକ୍ରବାର ବିଳମ୍ବିତ ରାତିରେ ସୋନପୁର ମହାନଦୀ ସେତୁ ଉପରେ ବୋଲେରୋ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ପଞ୍ଚମହଲା ଗ୍ରାମର ବାପ ଆଶିଷ ପଣ୍ଡିଆ, ଝିଅ ସିଦ୍ଧି ପଣ୍ଡିଆ, ପ୍ରମୋଦ ପଣ୍ଡିଆ, ନିମନା ଗ୍ରାମର ତ୍ରୟମ୍ବକ ମେହେର, ଶୁଭମ ପଣ୍ଡିଆ ପ୍ରମୁଖ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି।

ମୃତାହତମାନଙ୍କୁ ଗ୍ୟାସ୍ କଟରରେ କଟାଯାଇ ବାହାରକୁ କଢାଯାଇଛି। ଆହତମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏମାନେ ବିନିକା କଉଡିଆମୁଣ୍ଡାରୁ ଏକ ବାହାଘରରେ ବରଯାତ୍ରୀ ଭାବେ ଯୋଗ ଦେଇ ନିଜ ଗାଁ ପଞ୍ଚମହଲା ଓ ନମ୍ନା ଗାଁକୁ ଫେରୁଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking