ମା, ପୁଅଙ୍କୁ ଧକ୍କା ଦେଇ ଖସିଲା ବସ

ବାରିପଦା:ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ସରକାର ଯେତେ କଡା କଡି ନିୟମ କାନୁନ କଲେ ମଧ୍ୟ ଏହାକୁ କେହି ମାନିବାକୁ ନାରାଜ । ତେବେ ଗାଡିଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ଘଟଣା ଘଟୁଥିବା ଜଣାପଡିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ବାରିପଦାରେ ହୋଇଥିବା ଜଣାପଡିଛି । ଏହି ଘଟଣା ବେତନଟୀ  ଥାନା କୃଷ୍ଣଚନ୍ଦ୍ରପୁର ଠାରେ ହୋଇଥିବା ଜଣାପଡିଛି । ସାଇକେଲରେ ଯାଉଥିବା ମା,ପୁଅଙ୍କୁ ଧକ୍କାଦେଲା ବସ । ମା, ପୁଅ ଗୁରୁତର ଥିବା ଜଣାପଡିଛି । ସାଇକେଲକୁ ଧକ୍କା ଦେବା ପରେ ରାସ୍ତା ତଳକୁ ବସଟି ଭାରସାମ୍ୟ ହରାଇ ଖସି ପଡିଛି ।  ବସରେ ଥିବା ଯାତ୍ରୀ ମାନେ ଆହତ ହୋଇଥିବା ଜଣାପଡିଛି ।
https://onakhabar.com/2019/12/28/%e0%ac%ad%e0%ac%89%e0%ac%a3%e0%ad%80%e0%ac%95%e0%ad%81-%e0%ac%ac%e0%ac%b3%e0%ac%bf%e0%ac%a6%e0%ad%87%e0%ac%b2%e0%ac%be-%e0%ac%ad%e0%ac%be%e0%ac%87/