ଆମ୍ବୁଲାନ୍ସ – ଟ୍ରକ ମୁହାଁମୁହିଁ

ଯାଜପୁର: ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ଖାମଖିଆଲି ଭାବେ ଗାଡି ଚାଳନା, ବେପରୁଆ ଭୋବେ ଗାଡି ଚାଳନା କାରଣରୁ ଏଭଳି ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଯାଜପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏକ ଆମ୍ବୁଲାନ୍ସଟି ଭଦ୍ରକରୁ ରୋଗୀ ନେଇ ଆସିବା ବେଳେ ଏହି ଅଘଟଣ ହୋଇଛି । ପାଣିକୋଇଲି ଥାନା ବ୍ରଜରାଜ ନଗର ଛକ ନିକଟରେ ଆମ୍ବୁଲାନ୍ସ ଓ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲେ । ଯାହାଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ଥିବା ଜଣାପଡିଛି । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ସ୍ଥାନୀୟ ମେଡିକାଲ ପଠାଇ ଥିବା ଜଣାପଡିଛି ।
https://onakhabar.com/2019/12/22/misbehave-4/