43.9 C
Bhubaneswar
Friday, April 19, 2024
Homeଓଡିଶାଟ୍ରକ ପଛକୁ ପିଟିଲା କାର ଜଣେ ମୃତ

ଟ୍ରକ ପଛକୁ ପିଟିଲା କାର ଜଣେ ମୃତ

ସୋର:ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଯେତେ କଡା କଡି ନିୟମ କରାଗଲେ ମଧ୍ୟ କେହି ମାନିବାକୁ ନାରାଜ । ତେବେ ଗାଡି ଚାଳକଙ୍କ ଅସାବଧାନତା ଏବଂ ବେପରୁଆ ଗାଡି ଚାଳନା କାରଣରୁ ଆଜି ସୋରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ସିମୁଳିଆ ଥାନା ଏନଏଚ-୧୬ ପେଟ୍ରୋଲ ପମ୍ପ ପାଖରେ ହୋଇଛି ।
ସୂଚନା ଅନୁସାରେ, ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ପିଟିଲା କାର । ଯାହାଫଳରେ ଘଟଣା ସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କାରରେ ଥିବା ଅନ୍ୟ ୨ଜଣ ଗୁରୁତର ଥିବା ଜଣାପଡିଛି । ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ସ୍ଥାନୀୟ ଅଞ୍ଚଳକୁ ନେଇଥିଲେ ପରେ ଗୁରୁତର ମାନଙ୍କୁ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି ।
https://onakhabar.com/2019/12/20/murder-87/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking