ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର,ଦୁଇ ଆହତ

accident

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ସ୍ବାମୀ ଓ ସ୍ତ୍ରୀ ଙ୍କ ସହିତ ଅନ୍ୟ ଦୁଇ ଜଣ ଆହାତ ହୋଇଛନ୍ତି । ଦୁଇ ଗୁରୁତର ହେଲେ କତରାପାଲି ର ଗାଁର ଅବଳା ନାୟକ ଓ ତନୁ ନାୟକ । ଦୁଇ ସ୍ବାମୀ ସ୍ତ୍ରୀ ବାଇକ ଯୋଗେ ନିଜ ଘର କତରାପାଲି ଗାଁର ନାୟକ ସାହିକୁ ଯାଉଥିବା ବେଳେ ଅନ୍ୟ ପଟରୁ ଦୃତ ଗତିରେ ଆସୁଥିବା ଅନ୍ୟ ଏକ ବାଇକ ଧକ୍କା ଦେଇଥିଲା ।ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ଆହତଙ୍କ ତେଲକୋଇ ମେଡିକାଲ ଚିକିତ୍ସା ଜାରି ରହିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here