33.1 C
Bhubaneswar
Wednesday, April 24, 2024
Homeଓଡିଶାସ୍କୁଲ ଛାତ୍ର ମୃତ

ସ୍କୁଲ ଛାତ୍ର ମୃତ

ବଣାଇ:ବଣାଇରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣ ହୋଇଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁର୍ଘଟଣା କେତେବେଳେ ବି ହୋଇପାରେ ତାହା କାହାକୁ ଜଣା ନଥାଏ । ତେବେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଅକାଳରେ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହୋଇଯାଉଛି । ପୂରା ଦୁନିଆ ଦେଖିବା ଆଗରୁ ସବୁଦିନ ପାଇଁ ଛୋଟ ଛୁଆଙ୍କର ଜୀବନ ଚାଲିଯାଉଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଲହୁଣିପଡା ଥାନା ଦର୍ଜିଂ ଛକ ନିକଟରେ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ,ବିଦ୍ୟାଳୟ ଛୁଟି ପରେ ବିର୍ସା ଓ ସଂଜୟ ମୁଣ୍ଡା ଗୋଟିଏ ସାଇକେଲରେ ଘରକୁ ଫେରୁଥିଲେ । ଦର୍ଜିଙ୍ଗ ଛକ ନିକଟରେ ରାଉରକେଲା ପାର୍ଶ୍ୱରୁ କୋଇଡା ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ  ୬ଷ୍ଠ ଶ୍ରେଣୀର ୨ ଛାତ୍ର ବିର୍ସା ଓ ସଂଜୟଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବିର୍ସାର ମୃତ୍ୟୁ ଘଟିଥିବା ବେଳେ ସଂଜୟକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଛାତ୍ର ଜଣକ ଘରକୁ ଫେରିବା ସମୟରେ ଏହି ଅଘଟଣ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଛାତ୍ରଙ୍କ ମୃତ ଦେହ ରାସ୍ତାରେ ରଖି ୧୪୩ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଡ୍ରଇଭରକୁ ଅଟକ ରଖି ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ଏନେଇ ପୋଲିସକୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking