30.1 C
Bhubaneswar
Wednesday, April 24, 2024
Homeଓଡିଶାତପ୍ତପାଣି ଘାଟିରେ ପିକନିକ୍ ବସ୍ ଓଲଟି ୩୫ଆହତ

ତପ୍ତପାଣି ଘାଟିରେ ପିକନିକ୍ ବସ୍ ଓଲଟି ୩୫ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ସୋମବାର ସନ୍ଧ୍ୟାରେ ପିକନିକ୍ ବସ୍ ଓଲଟି ୩୫ଜଣ ଆହତ ହୋଇଛନ୍ତି। ବସରେ ଥିବା ସମସ୍ତ ଯାତ୍ରୀ ରେଭେନ୍ସା ବିଶ୍ବବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ରେଭେନ୍ସା ବିଶ୍ବବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ୫୫ ଜଣ ଛାତ୍ରଛାତ୍ରୀ ସୋମବାର ଗଞ୍ଜାମ ଜିଲ୍ଲାରେ ଥିବା ତପ୍ତ ପାଣି ଘାଟିକୁ ପିକନିକ୍ ପାଇଁ ଯାଇଥିଲେ। ଫେରୁଥିବାବେଳେ ତପ୍ତ ପାଣି ଘାଟିର ହନୁମାନ ମନ୍ଦିର ନିକଟରେ ଗାଡ଼ିର ବ୍ରେକ ଫେଲ ହୋଇ ବସଟି ଓଲଟି ପଡ଼ିଥିଲା। ଯାହାଫଳରେ ବସରେ ଥିବା ୩୫ଜଣ ଛାତ୍ରଛାତୀ ଆହତ ହୋଇଛନ୍ତି। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛି। ଆହତ ଛାତ୍ରଛତ୍ରୀଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
https://onakhabar.com/2019/12/24/accident-4-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking