36.7 C
Bhubaneswar
Tuesday, April 16, 2024
Homeଓଡିଶାସ୍କୁଲ ଅଟୋ ଓଲଟି ଛାତ୍ରୀ ମୃତ

ସ୍କୁଲ ଅଟୋ ଓଲଟି ଛାତ୍ରୀ ମୃତ

ପଟ୍ଟାମୁଣ୍ଡାଇ:ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ତେବେ ଟ୍ରାଫିକ ନିୟମ ଯେତେ କଡାକଡି କଲେ ମଧ୍ୟ ଏହାକୁ ଲୋକେ ମାନିବାକୁ ନାରାଜ । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଏବଂ ଓଭରଲୋଡ ଗାଡି ଚାଳନା ହେତୁ ଏହିଭଳି ସଡକ ଦୁର୍ଘଟଣା ବାରମ୍ବାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଗରା ଛକ ନିକଟରେ ସ୍କୁଲ ଅଟୋ ଓଲଟି ଜଣେ ୨ୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି । ସେହି ଅଟୋରେ ୧୫ଜଣ ସ୍କୁଲ ପିଲା ଆସୁଥିବା ସୂଚନା ମିଳିଛି । ତେବେ ଅଟୋ ଡ୍ରାଇଭର ଜଣକ ଓଭରଲୋଡ କରି ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଚିକିସାô ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ଏହି ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଅଟୋକୁ ଜାଳିଦେଇଥିବା ଜଣାପଡିଛି ।
https://onakhabar.com/2019/12/07/7-dead-and-1-injured-in-accident/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking