40.1 C
Bhubaneswar
Wednesday, April 24, 2024
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୩ ଜୀବନ

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୩ ଜୀବନ

ଭଦ୍ରକ: ଅଜଣା ଗାଡି ଧକ୍କାରେ ୩ବାଇକ ଆରୋହୀ ମୃତ। ଭଦ୍ରକ ବାସୁଦେବପୁର ରାସ୍ତାର ସାବରଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମୃତକମାନେ ବାସୁଦେବପୁର ଥାନା ଏଡ଼ତାଲ ଅଞ୍ଚଳର ଦୈତାରି ବେହେରା , ପ୍ରକାଶ ଦଳେଇ ଓ ଚଣ୍ଡୀଗାଁ ଅଞ୍ଚଳର ଦୁଶାସନ ମହାପାତ୍ର ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଭଦ୍ରକ ବାସୁଦେବପୁର ରାସ୍ତାର ସାବରଙ୍ଗ ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଧାମରା ଅଞ୍ଚଳରେ ରୋଷେୟା ଓ ଅନ୍ୟ ଜଣେ ବନ୍ଦର ନିକଟରେ କାର୍ଯ୍ୟ କରୁଥିଲେ । ଗତକାଲି ଧାମରାରୁ ଫେରିବା ବେଳେ ଦୁଶାସନଙ୍କୁ ଚଣ୍ଡୀଗାଁରେ ଛାଡି ଅନ୍ୟ ଦୁଇ ଜଣ ବାସୁଦେବପୁର ଥାନା ଏଡ଼ତାଲ ଫେରିଥାନ୍ତେ । କିନ୍ତୁ ସାବରଙ୍ଗ ହାଇସ୍କୁଲ ନିକଟରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା । ଏହା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking