40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା, ୨୧ ଜଣଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଉତ୍ତରୀ କ୍ୱାଜୁଲୁ-ନତାଲରେ ଏକ ସଡକ ଦୁର୍ଘଟଣାରେ ୧୯ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସମେତ ୨୧ ଜଣ ପ୍ରାଣ ହରାଇଛନ୍ତି । ଶନିବାର ଦ୍ୱିପ୍ରହରେ ଘଟିଛି ଏହି ଦୁର୍ଘଟଣା । ଗୋଟିଏ ଟ୍ରକ୍ ଅନ୍ୟ ଟ୍ରକକୁ ଓଭରଟେକ୍ କରୁଥିବା ସମୟରେ ଏକ ସ୍କୁଲ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଯୋଗୁଁ ପିଲାମାନେ ଭ୍ୟାନରେ ଫସିଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ତେବେ ପ୍ରଥମ ଟ୍ରକ୍ ଡ୍ରାଇଭରର ଅବହେଳା ଯୋଗୁଁ ଏମିତି ଘଟିଥିବା କୁହାଯାଉଛି । ତେବେ ଟ୍ରାନ୍ସପୋର୍ଟ ବିଭାଗର ମୁଖପାତ୍ର ରବର୍ଟ ମ୍ୟାକେଞ୍ଜି ଗୁରୁତର ଆହତ ହୋଇଥିବା ପିଲାଙ୍କ ପରିବାରକୁ ଆଶ୍ୱାସନା ଦେଇଥିଲେ । କିନ୍ତୁ ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛିଲା । ସୂଚନା ଅନୁସାରେ ୫ରୁ ୧୨ ବର୍ଷ ବୟସ ମଧ୍ୟରେ ୧୯ ସ୍କୁଲ ପିଲାଙ୍କ ସମେତ ୨ ବୟସ୍କଙ୍କ ମୃତ୍ୟୁ ହୋଇଛି । ଘଟଣାରେ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ତେବେ ଦୁର୍ଘଟଣା ନେଇ ତୁରନ୍ତ ଅଧିକ ଯାଞ୍ଚ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking