ପୃଥକ ପୃଥକ ଦୁର୍ଘଟଣାରେ ୨ମୃତ, ୨ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା ୧୬ ଓ ୩୫ନମ୍ବର ଜାତୀୟ ରାଜପଥରେ ପୃଥକ ପୃଥକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨ଜଣ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଇଛି l ମିଳିଥିବା ସୂଚନା ଅନୁଯାୟୀ, ଚଣ୍ଡିଖୋଲ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ସିନେମା ହଲ୍ ନିକଟରେ ଏକ ଟ୍ରକ୍ ମାଡିଯାଇ ଜଣେ ପଥଚାରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଜଣକର ପରିଚୟ ମିଳିନଥିବା ବେଳେ ସେ ଜଣେ ଶ୍ରମଜିବୀ ବୋଲି ଅନୁମାନ କରାଯାଉଛି। ଟ୍ରକଟି ମାଲ ପରିବହନ କରି କଲିକତା ଅଭିମୁଖେ ଯାଉଥିବା ସୂଚନା ମିଳିଛି। ଚଣ୍ଡିଖୋଲ ଫାଣ୍ଡି ପୋଲିସ୍ ଟ୍ରକଟିକୁ ଜବତ୍ କରିବା ସହିତ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବଡଚଣା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଟ୍ରକର ଚାଳକକୁ ଗିରଫ୍ କରି ଫାଣ୍ଡିରେ ଅଟକ ରଖିଛି ପୋଲିସ୍। ପୋଲିସ୍ ଏ ସଂକ୍ରାନ୍ତରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଛି। ଅନ୍ୟ ପକ୍ଷରେ ଏକ -ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ। ଘଟଣା ଘଟିଛି ଚଣ୍ଡିଖୋଲ- ଡ଼ୁବୁରୀ 53ନଂ ଜାତୀୟ ରାଜପଥର ତାରିଣୀ ଛକ ନିକଟରେ। ମୃତା ମହିଳା ଜଣକ ସ୍ଥାନୀୟ ରାମଚନ୍ଦ୍ରପୁର ଅଞ୍ଚଳର ବାସନ୍ତୀ ପାଢୀ ବୋଲି ଜଣାପଡିଛି। ମହିଳା ଜଣକ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ କେଉଁ ଏକ ଅଜଣା ଗାଡି ଧକ୍କାଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ୍ କରିବା ସହ ବ୍ୟବଛେଦ ପାଇଁ ବଡଚଣା ମେଡିକାଲକୁ ପଠାଇଛି। ପୋଲିସ୍ ଏ ସଂକ୍ରାନ୍ତରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛିସେହି ପରି ଟ୍ରକ ସହ ଟ୍ରକ ଧକ୍କା। ଘଟଣା ସ୍ଥଳରେ ଦୁଇଜଣ ଗୁରୁତର । 53ନଂ ଜାତୀୟ ରାଜପଥର ଆରୁହା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏକ ଟ୍ରକ ସହିତ ଆଉ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ ଗାଡିର ଚାଳକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବଡଚଣା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଏକ ଗ୍ୟାସ ଟାଙ୍କି ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁ ଥିବା ଅନ୍ୟ ଏକ ଟ୍ରକ ସହ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଟ୍ରକରେ ଥିବା ଡ୍ରାଇଭର ଗାଡିରେ ଚାପି ହୋଇ ରହିଥିବା ବେଳେ ଚଣ୍ଡିଖୋଲ ଅଗ୍ନୀସମ ଅଧିକାରୀ ପହଞ୍ଚି ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ ।

LEAVE A REPLY

Please enter your comment!
Please enter your name here