37.1 C
Bhubaneswar
Thursday, March 28, 2024
Homeଓଡିଶାଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ଝାରସୁଗୁଡ଼ା : ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ସାଗରପାଲି ଛକ ନିକଟରେ ଘଟିଛି । ମୃତକ ଦ୍ୱୟ ହେଲେ, ରମିନ୍ ଡ଼େହେରି(୨୭) ଲଖନ ମାହାତୋ(୨୮) ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଯୁବକ ଦ୍ୱୟ ବାଇକ୍‌ରେ ଆସୁଥିବା ସବୟରେ ସାଗରପାଲି ଛକ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ସ୍ଥାନୀୟଲୋକେ ଉଦ୍ଧାର କରି ଯୁବକ ଦ୍ୱୟଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ, ହେଲେ ଡାକ୍ତର ଯୁବକ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ଅଛି ବୋଲି ସୂଚନା ମିଳିଛି ।
https://onakhabar.com/2020/06/06/two-days-shutdown-in-odisha-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking