ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ କଲଭର୍ଟରେ ଏକ ବୋଲେରୋ ପିଟି ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଦୁଇ ମୃତକ ହେଲେ କ୍ଷେତ୍ରବାସୀ ମହାରଣା(୩୬) ଓ କୁଳମଣି ଦାସ(୫୫)। ଖାଲିସେତିକି ନୁହେଁ ବୋଲେରୋରେ ଥିବା ଚାଳକଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ। ଏମାନେ ଗୋଡ଼ଭଙ୍ଗା ଅଞ୍ଚଳର ବୋଲି ଜଣାଯାଇଛି। ସେମାନଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାର ସୂଚନା ରହିଛି। ଏହି ଲୋକମାନେ ଏକ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଛି।