26.1 C
Bhubaneswar
Friday, March 29, 2024
Homeଓଡିଶାକାର୍‌-ବାଇକ୍ ଧକ୍କା,୨ ମୃତ

କାର୍‌-ବାଇକ୍ ଧକ୍କା,୨ ମୃତ

କୋଟପାଡ: ଜଗଦଲପୁର-କୋଟପାଡ ୬୩ ନଂ ଜାତୀୟ ରାଜପଥର ବାଟକଉଡି ଗ୍ରାମ ନିକଟରେ ଏକ କାର୍ ଓ ମୋଟର ସାଇକଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ  ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତକ ମାନଙ୍କ ମଧ୍ୟରେ ଜଣେ ନବରଙ୍ଗପୁର ଜିଲା ଚୁରଚୁଣ୍ଡା ଗ୍ରାମର କୈଳାଶ ମାଝି(୨୪) ହୋଇଥିବାବେଳେ ଅନ୍ୟ ଜଣେ ଢାମଣାହାଣ୍ଡିର  ଗୋଣପତି  ପୁଜାରୀ(୫୫) ବୋଲି  କୋଟପାଡ ଥାନା ଅଧିକାରୀ ଶେଷଦେବ ବେହେରା  ସୂଚନା ଦେଇଛନ୍ତି । । ମୃତ କୈଳାଶ ମାଝି ଓ  ଗୋପିନାଥ ଓଡି-୧୦  ୩୧୫୯ ନମ୍ବର ବାଇକରେ  ଜଗଦଲପୁର ଆଡକୁ ଯାଉଥିବାବେଳେ ବାଟକଉଡି ଗ୍ରାମ ନିକଟରେ ବୀପରିତ ଦିଗରୁ ଆସୁଥିବା ଏପି-୩୯ଜିକ୍ୟୁ ୫୩୨୬ ନମ୍ବର କାର୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । କୋଟପାଡ ପୁଲିସ୍ ଘଟଣା ସ୍ଥଳରେ ପହଂଚି ମୃତଦେହ ଗୁଡିକ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ସେହିପରି  କୋଟପାଡ- ଜଗଦଲପୁର ରାଜପଥର  ଡୁଙ୍ଗରି ନିକଟରେ କୌଣସି ଅଜଣା ଗାଡି ଧକ୍କାରେ ଢାମଣାହାଣ୍ଡିର ବୈଦୁ ଭତ୍ରା ନାମକ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୋଟପାଡ ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ବୈଦୁ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ କୌଣସି ଗାଡି ଧକ୍କା ଦେଇ ଚାଲି ଯାଇଥିବା ପୁଲିସ୍ ସନ୍ଦେହ କରୁଛି । ଧକ୍କା ଦେଇ ଖସି ପଳାଇଥିବା ଗାଡିକୁ ଧରିବାକୁ ପୁଲିସ୍ ତନାଘନା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking