28.1 C
Bhubaneswar
Friday, March 29, 2024
Homeଓଡିଶାବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ବାଲେଶ୍ୱର : ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ବାଲେଶ୍ୱର ବାଲିଆ ଅଞ୍ଚଳରେ ଘଟିଛି ଏହି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ତେବେ ମୃତକଙ୍କ ନାଁ ପରେଶ ଏବଂ ଭାଲୁ ହୋଇତିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତକାଲି ଗୋଟିଏ ବାଇକରେ ତିନି ଜଣ ରେମୁଣା ଗୋଲେଇ ଯାଉଥିବା ବେଳେ ଭୀମପୁରା ନିକଟରେ ଥିବା ଏକ ଡିଭାଇଡରକୁ ପିଟି ହୋଇ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ଗୁରୁତର ଅବସ୍ଥାରେ ତିନି ବାଇକ୍ ଆରୋହୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦୁର୍ଭାଗ୍ୟକୁ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking