31.1 C
Bhubaneswar
Tuesday, April 23, 2024
Homeଓଡିଶାବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ମାମୁ-ଭଣଜାଙ୍କ ଜୀବନ

ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ମାମୁ-ଭଣଜାଙ୍କ ଜୀବନ

ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ା ସିଂହା -ସିନଖମନ ରାସ୍ତା ର ସିକାଛିଡ଼ା ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଦୁଇ ଜଣ ଗୁରୁତର ହୋଇ ଭୀମ ଭୋଇ ମେଡ଼ିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ଆଜି ସନ୍ଧ୍ୟାରେ ଶିକାଛିଡା ବୁଲାଣି ନିକଟରେ କୁଡ଼ାସିଂହା ପଟରୁ ଆସୁଥିବା ବାଇକ ଓ ସିନଖମନ ପଟରୁ ଯାଉଥିବା ବାଇକ ମଧ୍ୟରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକମାନେ ପୁଇତଲାଥାନା ଜାମସର ଗାଁ ରଜତ କାଣ୍ଡ ଏବଂ ବଙ୍ଗୋମୁଣ୍ଡାର ବିଦ୍ୟାଧର ମାଝୀ ବୋଲି ଜଣାପଡିଛି । ସେ ଦୁହେଁ ମାମୁ-ଭଣଜା ବୋଲି ଜଣାପଡ଼ିଛି । ଦେଓଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବ ବ୍ୟବଚ୍ଛେଦ ପାଇଁ ପଠାିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking