35.1 C
Bhubaneswar
Tuesday, April 23, 2024
Homeଓଡିଶାଦୁଇ ବାଇକ୍ ମହାଁମୁହିଁ : ୨ ମୃତ, ୩ ଗୁରୁତର

ଦୁଇ ବାଇକ୍ ମହାଁମୁହିଁ : ୨ ମୃତ, ୩ ଗୁରୁତର

ଧରାକୋଟ: ବଡ଼ଗଡ଼ ଥାନା ଧରାକୋଟ ବ୍ଲକ ଅନ୍ତର୍ଗତ ଉସ୍ତା ଗ୍ରାମରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି । ମୃତକଦ୍ୱୟ ଶେରଗଡ଼ ଥାନା ବାକିଲିକଣା ଗ୍ରାମର ଓମ୍ ଓ ବାହାରପୁର ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରଗଡ଼ ଗ୍ରାମର ନାରାୟଣ ଭୂୟାଁ ବୋଲି ଜଣାଯାଇଛି । ସୂଚନା ମୁତାବକ ଆଜି ଉଭୟ ଏକ ବାଇକ୍‌ରେ ବଡଗଡ଼ରୁ ଶେରଗଡ଼ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ଉସ୍ତା ଗ୍ରାମ ନିକଟରେ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଜୋର ଥିଲା ଯେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ଏଥିରେ ତିନି ଜଣ ଗୁରୁତର ଆହତ ହୋଇଥିବାବେଳେ ସେହି ରାସ୍ତା ଦେଇ ଯାଉଥିବା ବଡ଼ଗଡ଼ ଥାନାର ପାଟ୍ରୋଲିଂ ଗାଡ଼ି ସେମାନଙ୍କୁ ଉଦ୍ଧାର କରି ବଡଗଡ଼ ମେଡିକାଲକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ପଠାଇ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking