ଓଲଟିଲା ପ୍ରବାସୀ ଶ୍ରମିକ ଭ୍ୟାନ୍‌, ୧୫ ଆହତ

ଅନୁଗୁଳ : ଓଲଟିଲା ପ୍ରବାସୀ ଶ୍ରମିକଙ୍କ ଭ୍ୟାନ୍‌, ୧୫ ଆହତ । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ଠାକୁରଗଡ଼ ପାଖରେ । ଭାରସାମ୍ୟ ହରାଇ ଏକ ଗଛକୁ ପଟି ହୋଇଯାଇଥିଲା ଭ୍ୟାନ୍ । ସମସ୍ତ ୧୫ଜଣ ଶ୍ରମିକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୪ଜଣ ଆହତ ଶ୍ରମିକଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି । ଅନ୍ୟ ୧୧ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସାପରେ ଘରକୁ ପଠାଇଦିଆଯାଇଛି ବୋଲି ସୂଚନା ମିଳିଛି । ଶ୍ରମିକଙ୍କୁ କେନ୍ଦୁଝର ପୁରୁଣାକୋଟ ପଠାଇଲା ସ୍ଥାନୀୟ ପ୍ରଶାସନ । ଆନ୍ଧ୍ରପ୍ରଦେଶ ପଲାସାରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍ ପାଇଁ ସେଠାରେ ଫସିଥିଲେ । କାଲି କୌଣସି ମତେ ବୌଦ୍ଧକୁ ଆସିଥିଲେ । ବୌଦ୍ଧରୁ ଏକ ଭ୍ୟାନ୍ ଭଡ଼ା କରି ଫେରିଲାବେଳ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ।
https://onakhabar.com/2020/05/13/curfew-at-balangir/