29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧୩ ମୃତ, ୪ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧୩ ମୃତ, ୪ ଆହତ

ମଧ୍ୟପ୍ରଦେଶ : ଗ୍ବାଲିଅରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ସହିତ ଅଟୋ ଧକ୍କା ହେବା ଫଳରେ ୧୩ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହାସହିତ ଅନ୍ଯ ୪ ଜଣ ଆହତ ହୋଇଛନ୍ତି। ଆଜି ସକାଳେ  ସହରର ପୁରୁଣା ଛାବନୀ ଅଞ୍ଚଳରେ ଏହି  ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ସକାଳ ୭ଟାରେ ଏକ ଅଟୋରେ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ କରୁଥିବା ମହିଳାମାନେ କାମ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ଗ୍ବାଲିଅର ଏସପି କହିଛନ୍ତି। ଦୁର୍ଘଟଣାରେ ମୃତ୍ଯୁବରଣ କରିଥିବା ବ୍ଯକ୍ତିଙ୍କ ପାଇଁ ମଧ୍ୟପ୍ରଦେଶ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ୪ ଲକ୍ଷର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ସହିତ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking