28.1 C
Bhubaneswar
Friday, March 29, 2024
Homeଓଡିଶାବାଇକ୍‌କୁ ଧକ୍କା ଦେଲା ଟ୍ରକ; ସ୍ତ୍ରୀ ମୃତ, ସ୍ୱାମୀ ଆହତ

ବାଇକ୍‌କୁ ଧକ୍କା ଦେଲା ଟ୍ରକ; ସ୍ତ୍ରୀ ମୃତ, ସ୍ୱାମୀ ଆହତ

କଟକ : ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗାନ୍ଧୀଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟି  ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ କିଶୋରନଗର ଅଞ୍ଚଳର ମମତା ଦାସ । ଦୁର୍ଘଟଣାରେ ତାଙ୍କ ସ୍ୱାମୀ କ୍ଷୀରୋଦ ପ୍ରସାଦ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ  ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ,  କ୍ଷୀରୋଦ କଟକରୁ ନିଜର ଓଡି -୦୨- ଏକେ- ୨୫୩୫ ନମ୍ବର ମୋଟରସାଇକେଲରେ ମମତାଙ୍କୁ ବସାଇ ରକୁ ଫେରୁଥିଲେ ।

ତେବେ ଗାନ୍ଧୀଛକ ନିକଟରେ ତାଙ୍କ ମୋଟରସାଇକେଲ ପଛରୁ ଏନ -ଏଲ -୦୧- ଏଡି ୧୨୯୭ ନମ୍ବରର ଏକ ମାଲବାହୀ ଟ୍ରକ ଧକ୍କା ଦେଇଥିଲା। ଫଳରେ ଗାଡିରୁ କ୍ଷୀରୋଦ ରାସ୍ତାରେ ଛିଟିକି ପଡିଥିବା ବେଳେ ତାଙ୍କ ପତ୍ନୀ ଉପରେ ଟ୍ରକର ଚକା ଚଢିଯାଇଥିଲା । ଘଟଣାସ୍ଥଳରେ ମମତାର ମୃତ୍ୟୁ ଘଟିଥିବା ବେଳେ କ୍ଷୀରୋଦ ଗୁରୁତର ଆହତ ହୋଇଥିଲେ । ଏ ସଂପର୍କରେ ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲ ପଠାଇଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଥିଲା ବେଳେ ବ୍ୟବଚ୍ଛେଦ ପାଇଁ ଶବକୁ ମେଡିକାଲ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking