39.1 C
Bhubaneswar
Tuesday, April 23, 2024
Homeଓଡିଶାଟ୍ରଲରକୁ ପଛରୁ ପିଟିଲା ବାଇକ୍: ଜଣେ ମୃତ ,ଦୁଇ ଗୁରୁତର

ଟ୍ରଲରକୁ ପଛରୁ ପିଟିଲା ବାଇକ୍: ଜଣେ ମୃତ ,ଦୁଇ ଗୁରୁତର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ସ୍ଥିତ ମଣଦା ଛକ ଠାରେ ଠିଆ ହୋଇଥିବା ଟ୍ରଲରକୁ ପଛରୁ ବାଇକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ସ୍ଥାନାନ୍ତର । ମୃତକ ଯଶିପୁର ଥାନା ଅନ୍ତର୍ଗତ ଜାମୁଆଣି ଗ୍ରାମର ଘାସିରାମ ମାର୍ଣ୍ଡି (୨୦)। ଗୁରୁତର ଯୁବକ ହେଲେ ଯଶିପୁର ଥାନା ଅନ୍ତର୍ଗତ ପଡ଼ାଗଡ଼ ଗ୍ରାମର ମହେନ୍ଦ୍ର ବାନସିଂ (୨୨) ଏବଂ ଜାମୁଆଣି ଗ୍ରାମର ଶ୍ୟାମ ସିଙ୍କୁ (୨୪)।
ଖବର ଅନୁଯାୟୀ ୩ଜଣ ଯୁବକ ଏକାସଙ୍ଗେ ଏକ ବାଇକ (ଓଡ଼ି ୧୪ ସି ୩୦୦୭) ଯୋଗେ ଯଶିପୁର ପଟୁ ବିଶୋଇ ଅଭିମୁଖେ ଆସୁଥିବା ସମୟରେ ମଣଦା ଛକ ଠାରେ ପୂର୍ବରୁ ବ୍ରେକଡାଉନ ହୋଇ ପଡି ରହିଥିବା ଏକ ମାଲବାହୀ ଟ୍ରଲର (ଏନ. ଏଲ ୦୧ ଏସି ୧୩୫୪)ର ପଛରେ ବାଇକଟି ଧକ୍କା ଦେଇଥିଲା।

ଜରରେ ଧକ୍କା ହେବା କାରଣରୁ ଘାସିରାମଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଯୁବକ ମହେନ୍ଦ୍ର ଓ ଶ୍ୟାମ ମଧ୍ୟ ଗୁରୁତର ଆହତ ହୋଇ ରକ୍ତଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ଯୁବକମାନଙ୍କୁ ଉଦ୍ଧାର କରି ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଘାସିରାମଙ୍କୁ ଡାକ୍ତର ମୃତ ଘଷଣା କରିଥିବା ବେଳେ ଅନ୍ୟ ୨ ଜଣ ଯୁବକଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିବା କାରଣରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାର ସୂଚନା ମିଳୁଛି। ଖବରପାଇ ଉଭୟ ବିଶୋଇ ଥାନା ପୋଲିସ ଓ ମଣଦା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତଜାରୀ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking