37.1 C
Bhubaneswar
Thursday, March 28, 2024
Homeଓଡିଶାଟ୍ରକ୍‌ - କାର୍‌ ଧକ୍କା : ୧ ମୃତ

ଟ୍ରକ୍‌ – କାର୍‌ ଧକ୍କା : ୧ ମୃତ

ପାରାଦୀପ : ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତୁ ଘଟିଛି । ଏକ ଟ୍ରକ୍‌ ପଛରେ କାର୍‌ଟିଏ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତକ ହେଲେ ସାରଦା ପ୍ରସନ୍ନ ସ୍ୱାଇଁ। ତାଙ୍କ ଘର ପାରାଦୀପର ନୂଆବଜାର ଅଞ୍ଚଳରେ ବୋଲି ଜଣାପଡିଛି । ଘଟଣାଟି ଘଟିଛି କଟକ-ପାରାଦୀପ ରାସ୍ତାର ଲୋକନାଥ ଛକନିକଟରେ | ଆହତ ଶିବ ପ୍ରସାଦ ସିଂ ଓ ଦୀପକ ଜେନାଙ୍କୁ ନିକଟସ୍ଥ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡିଛି | କଟକ-ପାରାଦୀପ ରାସ୍ତାର ଲୋକନାଥ ଗଡ଼ା ନିକଟରେ ଟ୍ରକ୍‌ଟି ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ କାର୍‌ଟି ଆସି ତା’ ପଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସାରଦାଙ୍କର ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking