33.1 C
Bhubaneswar
Thursday, April 25, 2024
Homeଓଡିଶାବାଇକ ଦୁର୍ଘଟଣାରେ ୧ ମୃତ, ୧ ଗୁରୁତର

ବାଇକ ଦୁର୍ଘଟଣାରେ ୧ ମୃତ, ୧ ଗୁରୁତର

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ଟାଇଁସର ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ ଡାଇଭରସନରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଟାଇଁସର ଗ୍ରାମରେ ଏକ କ୍ରିକେଟ ମ୍ୟାଚରେ ଖେଳ ସାରି ତିଳେଇବଣି ଗ୍ରାମର ସୋନମ ନାଥ (23) ନିଜ ବାଇକ ଯୋଗେ ତିଲେଇବଣି ସ୍ଥିତ ନିଜ ଘରକୁ ଟାଇଁସର ଗ୍ରାମର ତାପସ ରଣା ନାମକ ଅନ୍ୟ ଜଣେ ଯୁବକଙ୍କ ସହ ଯାଉଥିବା ସମୟରେ ରାସ୍ତାରେ ଥିବା ଏକ ଡାଇଭରସନରେ ଚଢି ଯାଇଥିଲେ । ଫଳରେ ଉଭୟ ବାଇକ ଆରୋହୀ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସୋନମଙ୍କ ମୃତ୍ୟୁ ଘଟିଥିବା ବେଳେ ତାପସ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡିଛି । ମୃତ ସୋନମ ଦେବଗଡ଼ ଜବାହର ନବୋଦୟ ବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ବେଳେ ତାପସ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking