31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବିନା ପଞ୍ଜୀକରଣରେ କୁମ୍ଭ ମେଳାରେ ପ୍ରବେଶ ନିଷେଦ୍ଧ

ବିନା ପଞ୍ଜୀକରଣରେ କୁମ୍ଭ ମେଳାରେ ପ୍ରବେଶ ନିଷେଦ୍ଧ

ନୂଆଦିଲ୍ଲୀ : ହରିଦ୍ୱାର କୁମ୍ଭ ମେଳାରେ ପ୍ରବେଶ କରିବା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । କୋରନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ଉତ୍ତରାଖଣ୍ଡ ପ୍ରଶାସନ କୁମ୍ଭ ମେଳା ପାଇଁ ଏସଓପି ଜାରି କରି ଏହି ନୂଆ ପ୍ରାବଧାନ କରିଛନ୍ତି ।ଉ୍‌ତ୍ତରାଖଣ୍ଡର ମୁଖ୍ୟ ସଚ୍ଚିବ ଓମ୍ ପ୍ରକାଶଙ୍କ ଦ୍ୱାରା ବିଭିନ୍ନ ବିଭାଗ ଓ କୁମ୍ଭ ମେଳା ଅଧିକାରୀଙ୍କ ପାଖକୁ ଏହି ଏସଓପି ପଠାଯାଇଛି । ଏସଓପି ମୁତାବକ, ହରିଦ୍ୱାର କୁମ୍ଭ ମେଳା ପାଇଁ ଶ୍ରଦ୍ଧାଳୁ ମାନେ ନିଜର ପଞ୍ଜୀକରଣ ୱେବ ପୋର୍ଟାଲ ଜରିଆରେ କରିବେ ।

ଏହାସହ ସେମାନଙ୍କୁ ଫିଟନେସ ସାର୍ଟିଫିକେଟ ମଧ୍ୟ ରାଜ୍ୟ ସରକାରଙ୍କ ୱେବସାଇଟରେ ଅପଲୋଡ କରିବାକୁ ହେବ । ଏହାପରେ ଇ-ପାସ ପରମିଟ କରାଯିବ । ଶ୍ରଦ୍ଧାଳୁ ମାନଙ୍କୁ କୁମ୍ଭ ମେଳା ଆସିବାର ୭୨ ଘଣ୍ଟା ପୁର୍ବରୁ ଆରଟିପିସିଆର ଟେଷ୍ଟ କରିବେ । ଏହାର ରିପୋର୍ଟ ନେଭେଟିଭ ଆସିଲେ ହିଁ ଶ୍ରଦ୍ଧାଳୁ ମାନେ ହରିଦ୍ୱାର ଆସି ପାରିବେ ।

ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ନିୟମକୁ ପାଳନ କରିବାକୁ ହେବ ।
କୋରାନା ମହାମାରୀକୁ ଦୃଷ୍ଟିରେ ରଖି ଏହି ବର୍ଷ କୁମ୍ଭ ମେଳା ୨୮ ଦିନ ଯାଏଁ ଅନଷ୍ଠିତ ହେବ । ଏହି ମେଳା ୨୮ ଏପ୍ରିଲରୁ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking