19.1 C
Bhubaneswar
Saturday, November 23, 2024
Homeଓଡିଶାଶିକ୍ଷାବର୍ଷ ୨୦୨୩-୨୪; ଏକାଦଶରେ ନାମ ଲେଖାଇଛନ୍ତି ୩,୭୭,୭୭୦

ଶିକ୍ଷାବର୍ଷ ୨୦୨୩-୨୪; ଏକାଦଶରେ ନାମ ଲେଖାଇଛନ୍ତି ୩,୭୭,୭୭୦

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ(୨୦୨୩-୨୪)ରେ ୨୧୬୭ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନରେ ମୋଟ୍ ୫,୦୯,୩୭୩ ଆସନ ମଧ୍ୟରୁ ୩,୭୭,୭୭୦ ଜଣ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି । ଏକାଦଶ ଶ୍ରେଣୀରେ ନାମଲେଖା ନିମନ୍ତେ ଏସ୍‌ସି,ଏସ୍‌ଟି ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା ଅଛି । ସେହିପରି ଏନ୍‌ସିସି, ସ୍କାଉଟ୍ସ, ଗାଇଡ୍ସ ରାଜ୍ୟ ତଥା ଜାତୀୟସ୍ତରୀୟ କ୍ରୀଡ଼ାରେ ଭାଗନେଇଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ୱେଟେଜର ପ୍ରାବଧାନ ଅଛି । ପ୍ରତ୍ୟେକ ବିଦ୍ୟାଳୟରେ ଥିବା ମୋଟ ଆସନ ସଂଖ୍ୟାର ଶତକଡ଼ା ୧୦ ପ୍ରତିଶତ ୱେଟେଜଧାରୀ ଆବେଦନକାରୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥାଏ ।

ପ୍ରଥମ ଓ ଦ୍ୱିତୀୟ ଚୟନ ପ୍ରକ୍ରିୟା ପରେ କିଛି ଅନୁଷ୍ଠାନରେ ୱେଟେଜ ପାଇଁ ଧାର୍ଯ୍ୟ ଥିବା ଆସନ ସଂଖ୍ୟା ଶତକଡା ୧୦ ପ୍ରତିଶତରୁ କମ ଥିବା ଜଣାଯାଇଥିଲା । ଚଳିତ ସ୍ପଟ୍ ଚୟନ ପ୍ରକ୍ରିୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଥମ ଏବଂ ଦ୍ୱିତୀୟ ଚୟନ ପ୍ରକ୍ରିୟା ପରେ ଖାଲି ଥିବା ସମସ୍ତ ଆସନଗୁଡିକୁ ପୂରଣ କରିବା ନିମନ୍ତେ ସମସ୍ତ ଆବେଦନକାରୀଙ୍କ ସହିତ ୱେଟେଜ ଦାବିଦାର ବିଦ୍ୟାର୍ଥୀଙ୍କୁ ବିଚାରକୁ ନିଆଯାଇ ସିଷ୍ଟମ ଦ୍ୱାରା ଏକ ମେଧା ତାଲିକା ପ୍ରସ୍ତୁତ କରଯାଇଥିଲା । ତେବେ ଏହାଦ୍ୱାରା କିଛି ଶିକ୍ଷାନୁଷ୍ଠାନରେ ଅଣସଂରକ୍ଷିତ ମେଧାବୀ ଛାତ୍ରଛାତ୍ରୀ ସିଟ୍ ପାଇବାରୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହୋଇଥିଲା । ଏହି ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ପଟ ଚୟନ ପ୍ରକ୍ରିୟାରେ ଖାଲି ଥିବା ଆସନସଂଖ୍ୟା ମଧ୍ୟରୁ ଚୟନୀତ ସଂଖ୍ୟା ବିପକ୍ଷରେ ଯୋଗ୍ୟ ଅଣସଂରକ୍ଷିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆବେଦନ କରିଥିବା ବିଦ୍ୟାଳୟରେ ଆସନ ପ୍ରଦାନ କରାଯିବ ଓ ଏଥିନିମନ୍ତେ ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ବାର୍ତ୍ତା ମାଧ୍ୟମରେ ଅବଗତ କରାଯିବ । ଇଚ୍ଛୁକ ଛାତ୍ରଛାତ୍ରୀ ଆସି ଉକ୍ତ ଶିକ୍ଷାନୁଷ୍ଠାନରେ ନିଜ ଇଚ୍ଛା ପ୍ରକାଶ କଲେ ସେମାନଙ୍କର ଏଡମିଶନ ବୈଧ କରାଯିବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking