ପୁରୀ : ଶ୍ରୀମନ୍ଦିରରେ ଘଟିଛି ବଡ ଅଘଟଣ । ମହାପ୍ରଭୁଙ୍କୁ ଦର୍ଶନ ବେଳେ ଦୀପ ନିଆଁରେ ମହିଳାଭକ୍ତଙ୍କ ଶାଢୀରେ ଲାଗିଲା ନିଆଁ । ଏପରିକି ନିଆଁ ମଧ୍ୟ ମହିଳାଙ୍କ ଶରୀରକୁ ସ୍ପର୍ଶ କରିଛି । ଫଳରେ ମହିଳା ଭକ୍ତ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେ ହେଲେ ଭୂବନେଶ୍ୱର ପଟିଆ ଅଞ୍ଚଳର ଅରୁଣା ମିଶ୍ର । ଖବରନେବାରୁଜଣା ଯାଇଛି ଯେ,ମହିଳା ଭକ୍ତ ଅରୁଣା ମିଶ୍ର ଓ ତାଙ୍କ ପରିବାର ସଦସ୍ୟମାନେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରକୁ ଯାଇଥିଲେ । ମାତ୍ର ଦର୍ଶନ ସମୟରେ ମହିଳା ଭକ୍ତଙ୍କ ଶାଢୀ ତଳରୁ ନିଆଁ ଲାଗି ଯାଇଥିଲା । ଫଳରେ ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ତାଙ୍କ ପାଦ ଓ ଗୋଡର କିଛି ଅଂଶ ପୋଡି ଯାଇଛି ।