30.1 C
Bhubaneswar
Wednesday, April 24, 2024
Homeଓଡିଶାମୁକୁଳିଲେ ଅଭୟ ପାଠକ

ମୁକୁଳିଲେ ଅଭୟ ପାଠକ

ଭୁବନେଶ୍ୱର : ଜେଲରୁ ବାହାରିଲେ ଆଇଏଫଏସ ଅଭୟକାନ୍ତ ପାଠକ । ଦୀର୍ଘ ୬ ମାସ ପରେ ଝାରପଡା ଜେଲରୁ ସେ ମୁକୁଳିଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ । ଗତ ନଭେମ୍ବର ୨୭ରେ ଗିରଫ କରିଥିଲା ଭିଜିଲାନ୍ସ । ଏହା ବ୍ୟତୀତ ତାଙ୍କ ନାଁ ରେ ୨ଟି ଠକେଇ ମାମଲା ମଧ୍ୟ ଥିଲା । ଗତକାଲି ତୃତୀୟ ମାମଲାରେ ଜାମିନ ପାଇବା ପରେ ମୁକୁଳିଛନ୍ତି ।

ଉଲେଖଯୋଗ୍ୟ , ଆଇଏଫ୍‌ଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଥିଲା ଜାମିନ। ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ଦେଲେ ହାଇକୋର୍ଟ। ୨ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁରୀ ହୋଇଛି ବୋଲି ଅଭୟଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ମିଳିଛି। ମୋଟ ୩ଟି ମାମଲାରୁ ପୂର୍ବରୁ ୨ଟି ମାମଲାରେ ଜାମିନ ପାଇଥିଲେ। ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି ବୋଲି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ଆଇଏଫ୍‌ଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ବୈଦ୍ୟନାଥପୁର ଥାନା ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପକ୍ଷରୁ ଜାମିନ ମଞ୍ଜୁର କରାଯାଇଛି। ସମସ୍ତ ୩ଟି ମାମଲାରେ ଜାମିନ ପାଇଗଲେ ଅଭୟ ପାଠକ। ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକ ଗତ ବର୍ଷ ଗିରଫ ହୋଇଥିଲେ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାମରେ ହୋଇଥିବା ଠକେଇ ଅଭିଯୋଗରେ ଆଇଏଫ୍‌ଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ପୂର୍ବରୁ ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ ଅନ୍ୟ ମାମଲା ବିଚାରାଧୀନ ଥିବାରୁ ପାଠକ ବାପାପୁଅ ଜେଲରେ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking