ସରକାରୀ ଶିକ୍ଷା ନୀତି ବିରୁଦ୍ଧରେ ଆପ ର ୬ ଦଫା ଦାବୀପତ୍ର

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଆମ ଆଦମୀ ପାର୍ଟି ର ରାଜ୍ୟ ପ୍ରବକ୍ତା ତଥା ଜିଲ୍ଲା ଆବାହକ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଅୟୋଜିତ ସମ୍ବାଦିକ ସମ୍ମିଳନୀରେ ଆପ ରାଜ୍ୟ ସରକାରଙ୍କ ଶିକ୍ଷା ନିତି କୁ ନିନ୍ଦା କରିବା ସହ ରାଜ୍ୟ ଶିକ୍ଷା ନିତିକୁ ବଦଳାଇବା ଉଦ୍ଦେଶ୍ୟରେ ସରକାରଙ୍କୁ ୬ ଦଫା ଦାବୀପତ୍ର ପ୍ରଦାନ କରିଛି । ରାଜ୍ୟରେ ଶିକ୍ଷା ର ମାନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କୌଣସି ଠୋସ ପଦକ୍ଷେପ ନେଉ ନଥିବା ବେଳେ ଏବେ ପୁଣି ୧୦ରୁ କମସଂଖ୍ୟକ ପିଲା ଥିବା ସ୍କୁଲ ଗୁଡିକୁ ବନ୍ଦ କରିବାର ଏକ ପାଖିଆ ନିଷ୍ପତ୍ତି ଗ୍ରହଣ କରି ସାରିଛନ୍ତି । ଯଦ୍ୱାରା ଗରିବ ଛାତ୍ରଛାତ୍ରିଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେବା ସହ ୧୦୦୦ ରୁ ଉର୍ଦ୍ଧ ସ୍କୁଲ ବନ୍ଦ ହୋଇଯିବ । କିନ୍ତୁ ଅନ୍ୟ ପଟେ ରାଜ୍ୟରେ ର ଶିକ୍ଷାର ବଜାର ବୃଦ୍ଧି ହେବାରେ ଲାଗିଥିବା ବେଳେ ବେସରକାରି ସ୍କୁଲ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ବେସରକାରୀ ଶିକ୍ଷା ବେପାରକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଥିବା ସ୍ପଷ୍ଟ କରୁଛି । ସରକାରଙ୍କ ଏଭଳି ବେସରକାରୀ ଅନୁଷ୍ଠାନ ପ୍ରିତିକୁ ଆପ ଓଡିଶା ତିବ୍ର ନିନ୍ଦା କରିବା ସହ ଦୃଢ ବିରୋଧ କରୁଛି ବୋଲି ଦଳ ତରଫରୁ କୁହାଯାଇଛି । ଆହୁରି ରାଜ୍ୟ ସରକାର ଦିର୍ଘ ୨୧ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ଶାସନରେ ଥାଇ ମଧ୍ୟ ରାଜ୍ୟରେ ଶିକ୍ଷାର ମାନ ଅତି ଦୟନିୟ ହୋଇପଡିଛି । ରାଜ୍ୟ ସରକାର ଡିଂଡିମ ପିଟୁଥିବା ୨୧୪ ଗୋଟି ଆଦର୍ଶ ବିଦ୍ୟାଳୟରେ ମଧ୍ୟ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଗବେଷଣାଗାର, ସାଜ ସରଞ୍ଜାମ ତଥା ଗୁଣାତ୍ମକ ଶିକ୍ଷାର ଅଭାବ ରହିଛି । ଓଡିଶା ର ସରକାରି ଶିକ୍ଷା ବ୍ୟବସ୍ଥାକୁ ଦିଲ୍ଲୀ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ସହିତ ତୁଳନା କଲେ ରଜ୍ୟରେ ଶିକ୍ଷା ବ୍ୟବସ୍ଥାର ଦୁର୍ଗତି ଠିକ ଜଣାପଡେ । ଦିଲ୍ଲୀରେ ରାଜ୍ୟ ବଜେଟ ର ୨୫ ପ୍ତିଶତ ରୁ ଅଧୀକ ଶିକ୍ଷା ଉପରେ ଖର୍ଚ୍ଚ କରାଯାଉ ଥିବା ବେଳେ ଶିକ୍ଷକ ନିଯୁକ୍ତି, ପ୍ରଶିକ୍ଷଣ ମାନ, ଭୀତ୍ତି ଭୂମୀ ର ବିକାଶ ହେବା ସହ ଶିକ୍ଷାର ମାନ ବୃଦ୍ଧି ପାଇଛି । ଯା ଫଳରେ ଆଜି ବହୁ ସଂଖରେ ଛାତ୍ରଛାତ୍ରୀମାନେ ବେସରକାରି ଅନୁଷ୍ଟାନ ଛାଡି ସରକାରୀ ସ୍କୁଲ ଯୋଗ ଦେବା ସହ ବିଭିନ୍ନ ପ୍ରରତିଯୋଗିତା ମୁଳକ ଶିକ୍ଷାକ୍ରମରେ ଉତ୍ତିର୍ଣ୍ଣ ହେଉଛନ୍ତି । ତେଣୁ ରାଜ୍ୟରେ ଶିକ୍ଷାର ଉନ୍ନତି କରିବା ପାଇଁ ରାଜ୍ୟ ସରକାରଙ୍କୁ ଆପ୍ ତରଫରୁ ୬ ଦଫା ଦାବୀପତ୍ର ପ୍ରଦାନ କରାଯାଉଛି ବୋଲି ଜିଲ୍ଲା ଆବାହକ ଆଶିଷ ପାଣ୍ଡେ ସାମ୍ବଦିକ ମାନଙ୍କୁ କହିଛନ୍ତି । ଆପ ଦ୍ୱାରା ପ୍ରଦତ୍ତ ଦାବୀପତ୍ର ରେ ରାଜ୍ୟର ଶିକ୍ଷା ବଜେଟକୁ ଅନ୍ତତଃ ୧୫ ପ୍ରତିଶତ କରାଯିବା, ଶିକ୍ଷକଙ୍କମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ସମ୍ବଳ ପ୍ରଦାନ କରିବା, ସରକାରୀ ବିଦ୍ୟାଳୟ ଗୁଡିକୁ ଉପଯୁକ୍ତ ଭୀତ୍ତିଭୂମୀ ପ୍ରଦାନ କରିବା ସହ ଅଧୀକ ଉପେଯାଗୀ କରାଯିବା, ସ୍କୁଲ ମ୍ୟାନେଜମେଣ୍ଟକୁ ଅଧୀକ କ୍ରିୟାଶିଳ କରିବା ସହ ଆର୍ଥୀକ କ୍ଷମତା ପ୍ରଦାନ କରିବା ଇତ୍ୟାଦି ଦାବି ଗୁଡିକ ରହିଛି । ଆଜିର ଏହି ସାମ୍ବାଦିକ ସମ୍ମୀଳନୀରେ ଆମ ଆଦମୀ ପାର୍ଟିର ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ ପରୁଆ, ଦେଓଗାଁ ବ୍ଲକ ସଭାପତି ଶଙ୍କର୍ଷଣ ମହାପାତ୍ର, ଗଂଗାରାମ ପଟେଲ, ଜଗଦୀଶ ଚନ୍ଦ୍ର ବିଭାର,ଅଶୋକ ସୁନା ସର୍ବେଶ୍ୱର ପଟେଲ, ଜସକେତନ ମହାନନ୍ଦ, କୁଞ୍ଜ ବିହାରି ସୁନା ଓ ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here