28.1 C
Bhubaneswar
Thursday, March 28, 2024
Homeମନୋରଞ୍ଜନଫିଲ୍ମ କରିବେନି ଆମୀର ଖାନ! ‘ଲାଲ ସିଂହ ଚଡ୍ଡା’ ବୟକଟ୍ ପରେ ଡରୁଛନ୍ତି ସୁପରଷ୍ଟାର

ଫିଲ୍ମ କରିବେନି ଆମୀର ଖାନ! ‘ଲାଲ ସିଂହ ଚଡ୍ଡା’ ବୟକଟ୍ ପରେ ଡରୁଛନ୍ତି ସୁପରଷ୍ଟାର

ମୁମ୍ବାଇ: ରିଲିଜ ହେବା ପୂର୍ବରୁ ବୟକଟ୍ ହୋଇଛି ବଲିଉଡର ସୁପରଷ୍ଟାର ଆମୀର ଖାନଙ୍କ ନୂଆ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ । ଏହାପରେ ଅଭିନେତାଙ୍କ ମନରେ ଭୟର ଏକ ଝଲକ ଦେଖିବାକୁ ମିଳିଛି । ଏବେ ଫିଲ୍ମ କରିବାକୁ ମଧ୍ୟ ଡରିଲେଣି ଆମୀର । କିଛି ବର୍ଷରୁ ମହାଭାରତ ଚଳଚ୍ଚିତ୍ରରେ ଆମୀରଙ୍କ ଅଭିନୟ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏବେ ଏହି ଫିଲ୍ମ କରିବା ପାଇଁ ଆମୀର ସାହସ ବାନ୍ଧି ପାରୁ ନାହାନ୍ତି । ଏହି ଫିଲ୍ମରେ ସେ କୃଷ୍ଣ କିମ୍ବା କର୍ଣ୍ଣ ଭୂମିକାରେ ଅଭିନୟ କରିବା ପାଇଁ ବେଶୀ ଇଚ୍ଛାପ୍ରକାଶ କରିଥିଲେ । ତେବେ ଲାଲ ସିଂହ ଚଡ୍ଡା ଉପରେ ବୟକଟ୍ ଲାଗିବା ପରେ ଆମୀରଙ୍କ ଆତ୍ମବିଶ୍ୱାସ ଭାଙ୍ଗିଯାଇଛି ।

‘ମହାଭାରତ’ ଚଳଚ୍ଚିତ୍ର ପାଇଁ ୨୦୧୮ ମସିହାରେ ରାକେଶ ଶର୍ମାଙ୍କ ବାୟୋପିକକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ ଆମୀର । ଏହି ଫିଲ୍ମ ପ୍ରାୟ ୧୦୦୦ କୋଟି ଟଙ୍କାର ପ୍ରୋଜେକ୍ଟ ହେବ ବୋଲି ଅନୁମାନ କରାଯାଉଛି । ତେବେ ନିଜ ଡ୍ରିମ ପ୍ରୋଜେକ୍ଟରେ ଆମୀର କହିଛନ୍ତି ଯେ, ଯେବେ ଆପଣ ମହାଭାରତ ଭଳି ସିନେମା କରିବାକୁ ଯାଉଛନ୍ତି, ତେବେ ଆପଣ କେବଳ ଫିଲ୍ମ କରୁନାହାନ୍ତି, ଆପଣ ଏକ ଯଜ୍ଞ କରୁଛନ୍ତି । ତେଣୁ ଏବେ ଏହି ଫିଲ୍ମ କରିବା ପାଇଁ ସେ ପ୍ରସ୍ତୁତ ନାହାନ୍ତି ବୋଲି ଆମୀର ମତ ରଖିଛନ୍ତି । ମହାଭାରତ ଭଳି ଏକ ଫିଲ୍ମ କରିବା ପାଇଁ ମୋତେ ଭୟ ଲାଗୁଛି ବୋଲି ପ୍ରକାଶ କରିଛନ୍ତି ଆମୀର ।

ଏହା ସତ ଯେ ମହାଭାରତ ଆପଣଙ୍କୁ ନିରାଶ କରିବନି, କିନ୍ତୁ ମହାଭାରତକୁ ଆପଣ ନିରାଶ କରିପାରନ୍ତି । ସେ କହିଛନ୍ତି ଯେ, ଯଦି ମୁଁ ଏହି ପିଲ୍ମ କରିବା ପାଇଁ ରାଜି ହେଉଛି, ତେବେ ପ୍ରଥମେ ମୋତେ ଏହା ଉପରେ ରିସର୍ଚ୍ଚ କରିବା ପାଇଁ ୫ ବର୍ଷ ଲାଗିଯିବ ଏବଂ ପରେ ଏହାକୁ ପୂରା କରିବା ପାଇଁ ମୋଟ ୨୦ ବର୍ଷ ସମୟ ଦେବାକୁ ହେବ ।

ତେବେ ଆମୀର ଖାନଙ୍କ ଏହି କଥାରୁ ତାଙ୍କ ଆତ୍ମବିଶ୍ୱାସ ଭାଙ୍ଗିଯାଇଥିବା ଜଣାଯାଉଛି । ତେବେ ବର୍ତ୍ତମାନ ନିଜର ଅପକମିଙ୍ଗ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଆମୀର । ଏହି ସିନେମାରେ ଆକୀର ଖାନଭ୍କ ବ୍ୟତୀତ କରୀନା କପୁର, ମୋନା ସିଂହ ଏବଂ ସାଉଥ ଷ୍ଟାର ନାଗା ଚୈତନ୍ୟ ନଜର ଆସିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking