27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭୋଟର ତାଲିକା ସହ ଲିଙ୍କ୍ ହେବ ଆଧାର

ଭୋଟର ତାଲିକା ସହ ଲିଙ୍କ୍ ହେବ ଆଧାର

ନୂଆଦିଲ୍ଲୀ : ଭୋଟର ତାଲିକା ସହ ଲିଙ୍କ୍ ହେବ ଆଧାର । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ କୁମାର । ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି ହେବ । ଭୋଟର ତାଲିକା ସହ ଆଧାର ଲିଙ୍କ ହେବା ଦ୍ବାରା ନକଲି ଭୋଟର କିମ୍ବା ଏକାଧିକ ସ୍ଥାନର ଭୋଟର ତାଲିକାରେ ନାଁ ଥିବା ଭୋଟରମାନଙ୍କୁ ଚିହ୍ନଟ କରିହେବ । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ କୁମାର କହିଛନ୍ତି ଯେ ନିଜର ଆଧାର ନମ୍ବର ପ୍ରଦାନ କରିବା ଭୋଟରମାନଙ୍କ ପାଇଁ ଇଚ୍ଛାଧୀନ ହେବ । କିନ୍ତୁ ଯଦି ଏଥିପାଇଁ ସେମାନେ ମନା କରିବେ ସେଥିପାଇଁ ଯଥେଷ୍ଟ କାରଣ ଦର୍ଶାଇବେ ।ଆଜି ଅବସର ଗ୍ରହଣ କରୁଥିବା ଶୁଶୀଲ କୁମାର କହିଛନ୍ତି ଯେ ତାଙ୍କ ଅମଳରେ ସେ ଦୁଇଟି ସଂସ୍କାର ଆଣିଥିଲେ । ପ୍ରଥମଟି ହେଉଛି, ବର୍ଷକୁ ୪ ଥର ଭୋଟର ତାଲିକା ସଂଶୋଧନ ଓ ଭୋଟର ତାଲିକା ସହ ଆଧାର ଲିଙ୍କ୍ । ପୂର୍ବରୁ କେବଳ ଜାନୁଆରି ମାସରେ ଭୋଟର ତାଲିକା ସଂଶୋଧନ କରିହେଉଥିଲା । ଯେଉଁମାନେ ବର୍ଷର ଅନ୍ୟ ସମୟରେ ୧୮ ବର୍ଷ ବୟସରେ ପହଞ୍ଚୁଥିଲେ ସେମାନଙ୍କୁ ଜାନୁଆରି ପର‌୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । ଭୋଟର ତାଲିକାରେ ଏହି ଅତ୍ୟାବଶ୍ୟକ ସଂସ୍କାର ଗତ ୨୦ ବର୍ଷ ହେଲା ହୋଇପାରୁନଥିଲା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking