ଦେବ ସଭା ପାଇଁ ଜାରି ହେବ ୧୪୪

jagannath temple

ପୁରୀ : ଗୋସାଣୀ ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣା ନେଇ ସିଂହଦ୍ବାର ସମ୍ମୁଖରେ ଜାରି ହେବ ୧୪୪ ଧାରା । ଶ୍ରୀକ୍ଷେତ୍ରରେ ୨୭ରେ ବିନା ଶ୍ରଦ୍ଧାଳୁରେ ଶ୍ରୀମନ୍ଦିର ସମ୍ମୁଖରେ ହେବ ଗୋଷାଣୀ ମେଳଣ । ମହାଦୀପ ଉଠିବା ପରେ ଗୋଟିଏ ଲେଖାଏଁ ମେଢ ବିସର୍ଜନ ପାଇଁ ଯିବେ । ମରିଚକୋଟରୁ ସିଂହଦ୍ୱାରା ପର୍ଯ୍ୟନ୍ତ ଓ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗିବ । ବିସର୍ଜନ ପାଇଁ କମିଟିର କେବଳ ୭ ଜଣଙ୍କୁ ଅନୁମତି ଦିଆଯାଇଛି । ଏଥିସହ ଗହଳିକୁ ବାରଣ କରାଯାଇଛି । ମଙ୍ଗଳାଘାଟରେ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯିବ । ଏନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here