27.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱରରେ ଯୁବତୀଙ୍କୁ ଏସିଡ୍‌ ମାଡ

ଭୁବନେଶ୍ୱରରେ ଯୁବତୀଙ୍କୁ ଏସିଡ୍‌ ମାଡ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଧଉଳି ବାଲିଆପଡ଼ାରେ ଜଣେ ଯୁବତୀଙ୍କ ଉପରକୁୁ ଜଣେ ଯୁବକ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସମ୍ପୃକ୍ତ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣ ପାଇଁ ଯୁବକ ଜଣକ ଏସିଡ୍ ମାଡ଼ କରିଛନ୍ତି, ତାହା ଜଣାପଡ଼ି ନାହିଁ। ୨୦୨୦ ମସିହାରେ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ ବୋଲି ପୋଲିସ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଯୁବତୀ ଓ ଯୁବକ ଜଣକ ଧଉଳି ସ୍ତୁପ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ବଚସା ପରେ ଯୁବକ ଜଣଙ୍କ ଯୁବତୀଙ୍କ ଉପରକୁ ଏସିଡ୍ ଫିଙ୍ଗିଥିବା ଜଣାପଡ଼ିଛି। ଘଟଣା ପରେ ଯୁବକ ଜଣଙ୍କ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ଧଉଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଯୁବତୀଙ୍କ ଘର ମହାଲିଙ୍ଗପଡ଼ା ନିମାପଡ଼ା ଥାନା ଅଞ୍ଚଳର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking