20.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶନାବାଳକଙ୍କୁ ବିବାହ କଲେ ଯୁବତୀ; ଶେଷରେ କ’ଣ ହେଲା ଜାଣନ୍ତୁ....

ନାବାଳକଙ୍କୁ ବିବାହ କଲେ ଯୁବତୀ; ଶେଷରେ କ’ଣ ହେଲା ଜାଣନ୍ତୁ….

ଶିମଲା: ପ୍ରେମ…କେତେବେଳେ କାହାକୁ ହୋଇଯିବ ତାହା ଅଜଣା । ପ୍ରେମ ଦେଖନି ଉଚ୍ଚନୀଚ୍ଚ କି ବୟସର ତାରତମ୍ୟ । ଯାହା ସତ୍ୟ ପ୍ରମାଣିତ କରିଛନ୍ତି ହିମାଚଳ ପ୍ରଦେଶର ପ୍ରେମୀ ଯୁଗଳ । ୧୪ ବର୍ଷିୟ ନାବଳକ ପ୍ରେମରେ ପଡିଥିଲେ ୨୮ ବର୍ଷୀୟା ଯୁବତୀ । ଶେଷରେ ଉଭୟ ବିବାହ ମଧ୍ୟ କରିଛନ୍ତି । ହିମାଚଳ ପ୍ରଦେଶ ଉନ୍ନାରୁ ଏପରି ଘଟଣା ସାମ୍ନାକୁ ଆସିଛି । ପଡିଶା ଘରର ନାବାଳକଙ୍କୁ ଯୁବତୀ ଜଣଙ୍କ ଜୋରଜବଦସ୍ତ ବିବାହ କରିଥିବା ଅଭିଯୋଗ ହୋଇଛି । ଏନେଇ ନାବାଳକଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ଏବେ ଜିଲ୍ଲାର ଚର୍ଚ୍ଚାର ବିଷୟ ପାଲଟିଛି । ୨୮ ବର୍ଷିୟ ଯୁବତୀ ନିଜ ପଡ଼ୋଶୀରେ ରହୁଥିବା ୧୪ ବର୍ଷ ବୟସ୍କା ଯୁବକଙ୍କୁ ବିବାହ କରିବା ପରେ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳକଙ୍କ ପରିବାର ଲୋକେ ବିବାହ ସମ୍ପର୍କରେ ଖବର ପାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ନାବାଳକ ଓ ଯୁବତୀ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । ଉଭୟ କୋର୍ଟରେ ବିବାହ କରିଥିବା ଯୁବତୀ ଜଣଙ୍କ ପୋଲିସକୁ କହିଛନ୍ତି ।

ଯୁବତୀ ଜଣଙ୍କ ଜୋରଦବରଦସ୍ତ ନାବଳକଙ୍କୁ ଅପହରଣ କରିନେଇ ବିବାହ କରିଥିବା ଥାନାରେ ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ସଦସ୍ୟ ଉନ୍ନା ପୋଲିସ ଷ୍ଟେସନରେ ନ୍ୟାୟ ଭିକ୍ଷା କରିଛନ୍ତି । ଯୁବତୀ ଜଣଙ୍କ ତାଙ୍କ ପୁଅକୁ ଆକ୍ରମଣ ମଧ୍ୟ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଥାନାରେ ଦିଆଯାଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ବିହାରର ଜଣେ ବ୍ୟକ୍ତି ଉଲ୍ଲେଖ କରିଛନ୍ତି ତାଙ୍କ ପରିବାର ଦୀର୍ଘ ବର୍ଷ ହେଲା ଉନାଓରେ ରହିଆସୁଛନ୍ତି । ତାଙ୍କର ୨ ପୁଅ ଓ ଦୁଇ ଝିଅ ମଧ୍ୟ ସାଙ୍ଗରେ ରହୁଥିଲେ । ମୋର ୧୪ ବର୍ଷର ପୁଅକୁ ଆମ ଘର ପାଖରେ ରହୁଥିବା ଜଣେ ଯୁବତୀ ଜୋରଜବରଦସ୍ତ ଛଡାଇ ନେଇଛି । ଯେତେବେଳେ ମୋ ପୁଅକୁ ଫେରାଇ ଦେବାକୁ କହିଲି ସେ କୋର୍ଟରେ ବିବାହ କରିଛନ୍ତି ଓ ପୁଅ ଆଉ ଫେରିବ ନାହିଁ ବୋଲି କହିଥିଲେ । ନାବାଳକଙ୍କ ପରିବାର ନ୍ୟାୟ ପାଇଁ ପୋଲିସ ନିକଟରେ ନିବେଦନ କରିଛନ୍ତି । ଯଦି ଉଭୟଙ୍କ ବିବାହ ହୋଇଛି, ତେବେ କୋର୍ଟର ବିବାହ କାଗଜପତ୍ର ଦେବାକୁ ନାବାଳକଙ୍କ ପରିବାର ଲୋକେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking